୬ ବାଲି ବୋଝେଇ ହାଇୱା ଜବତ

 ପାଣିକୋଇଲି : ମଙ୍ଗଳବାର ଖଣି ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୬ଟି ବାଲି ବୋଝେଇ ହାଇୱା ଜବତ କରାଯାଇଛି । ଜବତ ହାଇୱା ମଧ୍ୟରେ ଓଡି୩୪ଡବ୍ଲୁ୍ୟ-୯୭୯୭, ଓଡି୨୨ଏଚ୍କିୟୁ-୭୫୯, ଓଡି୨୨ଭି-୪୯୮୯, ଓଡି୦୯ସି-୮୨୭୮, ଓଡି ୨୨ଇ-୮୬୮୫, ଓଡି୨୨ଜେ-୪୮୧୬ ରହିଥିବା ବେଳେ ସଠିପୁର-ପାଣିକୋଇଲି ମଧ୍ୟରେ ଚଢାଉ ସମୟରେ ବାଲିର କୌଣସି ଟିପି ନଥିବା ଖଣି ବିଭାଗ ଦେଖିବାକୁ ପାଇଥିଲେ । ଚଢ଼ଉରେ ଜୁନିଅର ଖଣି ଅଧିକାରୀ ବିଶ୍ୱଜିତ ସ୍ୱାଇଁ, ଶେଖର କୁମାର ମଲ୍ଲିକ ଓ ପୁଲିସ ପ୍ରମୁଖ  ସାମିଲ ଥିଲେ । ଜବତଗାଡି ଗୁଡିକୁ ପାଣିକୋଇଲି ପୁଲିସକୁ ହସ୍ତାନ୍ତର କରାଯାଇଛି ।