ବିଦୁ୍ୟତ ସର୍ଟସର୍କିଟରୁ ଜଳିଗଲା ଦୋକାନ

 ଖଣ୍ଡପଡ଼ା : ଖଣ୍ଡପଡ଼ା ସହରର ବଜାର ସାହିସ୍ଥିତ ଏକ ଗ୍ୟାରେଜ ଓ ଅଟୋପାର୍ଟସ ଦୋକାନରେ ସୋମବାର ରାତିରେ ବିଦୁ୍ୟତ ସଟ ସର୍କିଟରୁ ଆକସ୍ମିକ ଅଗ୍ନିକାଣ୍ଡ ଘଟି ସୋମନାଥ ବେହେରାଙ୍କର ମୂଲ୍ୟବାନ ସାମଗ୍ରୀ ଜଳିପୋଡ଼ି ନଷ୍ଟ ହୋଇଥିବା ଜଣାପଡ଼ିଛି । ଖବରପାଇ ଖଣ୍ଡପଡ଼ା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ସୋମନାଥ ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି । ଅଗ୍ନିକାଣ୍ଡରେ କଂପ୍ରେସର ମେସିନ, ମୋବିଲ,ବାଇକ ଟାୟର ସମେତ ସବୁକିଛି ପୋଡି ଯାଇଛି  । ଅଗ୍ନିକାଣ୍ଡ ଜନିତ କ୍ଷୟକ୍ଷତିର ପରିମାଣ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅନୁମାନ  କରାଯାଉଛି ।