ମା' ମଝିଘରିଆଣୀଙ୍କ ହୁଣ୍ଡିରୁ  ବାହାରିଲା କୋଟିଏ

 ରାୟଗଡ଼ା  : ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡି ସୋମବାର ସକାଳ ୯ଟାରେ ଖୋଲାଯାଇଛି । ମନ୍ଦିରରେ ଥିବା ୯ଟି ଦାନହୁଣ୍ଡି ହୁଣ୍ଡି ଖୋଲାଯାଇ ଗଣତି ଆରମ୍ଭ କରାଯାଇଛି । ଚଳିତ ଥର ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ, ମନ୍ଦିର ପରିଚାଳନା କମିଟି ଓ ସଭ୍ୟ ରାଧାକୃଷ୍ଣ ଦଳାଇ, ଦେବେନ୍ଦ୍ରନାଥ ବେହେରା, ଆଇ.ସନ୍ୟାସୀ ରାଜୁ ବିଭିନ୍ନ ମହିଳା ସୟଂ ସହାୟକ ଗୋଷ୍ଠୀ ପକ୍ଷରୁ ହୁଣ୍ଡିରୁ ବାହାରିଥିବା ଟଙ୍କା ଓ ଅଳଙ୍କାର ଗଣତି ଜାରିରହିଛି । ଗତ ଥର ଜାନୁଆରୀ ୨୭ ତାରିଖରେ ହୁଣ୍ଡିରୁ ନଗଦ ୯୪ ଲକ୍ଷ ୪୯ ହଜାର ୫୪ ଟଙ୍କା ସହିତ ୯୩ ଗ୍ରାମ ସୁନା ଓ ୨୧୭୦ ଗ୍ରାମ ରୁପା ବାହାରିଥିଲା । ଏଥିସହିତ ବିଭିନ୍ନ ପ୍ରକାର ୫ଟି ବିଦେଶୀ ନୋଟ୍ ମଧ୍ୟ ବାହାରିଥିଲା । ଆଜିର  ହୁଣ୍ଡିରୁ ନଗଦ ନଗଦ ଏକ କୋଟି ୦୪ ଲକ୍ଷ ୩୬ହଜାର ୯୬୩ ଟଙ୍କା ସହିତ ୩୮ ଗ୍ରାମ ସୁନା ଓ ୦୨କେଜି ୫୦୦ଗ୍ରାମ ରୂପା ବାହାରିଥିଲା । ଏଥି ସହିତ ବିଭିନ୍ନ ପ୍ରକାର ୧୨ଟି ବିଦେଶୀ ନୋଟ୍ ମଧ୍ୟ ବାହାରିଥିଲା । ଏଥିରେ ଇଂଲଣ୍ଡର ୨୦ ପାଉଣ୍ଡ ନୋଟ ୨୦ଟି, ୧୦ ପାଉଣ୍ଡ ନୋଟ୍ ୧୦ଟି, କାନା ୫ କାନାଡିଆନ ଡଲାର ୧ଟି, ଆମେରିକାର ୨୦ ଡଲାର ନୋଟ ୧ଟି ଏବଂ ଥାଇଲାଣ୍ଡର ୧୦୦ ଥାଇ ନୋଟ ରହିଥିଲା । ଅଚଳ ୫୦୦ ଓ ୨୦୦୦ ଟଙ୍କା ହୁଣ୍ଡିରୁ ବାହାରି ଥିଲା । ଶାନ୍ତି ଶୃଙ୍ଖଳାରେ ଗଣତି କାମ ସରିଥିଲା । ଏହି ଟଙ୍କା,ସୁନା, ରୂପା ମନ୍ଦିର ହୁଣ୍ଡିରୁ  ବହୁରୁଛି ସେସବୁ କୋଉ ବାବଦରେ ଖର୍ଚ୍ଚ ହେଉଛି । କୁଆଡେ ଯାଉଛି ବୋଲି ଆମ ଆଦମୀ ପାର୍ଟିର ଜିଲ୍ଲା ଅଧ୍ୟକ୍ଷ ଥିବା ଜନ୍ମଜୟ ସ୍ୱାଇଁ ଫେସବୁକ୍ ରେ ପୋଷ୍ଟ କରିଛନ୍ତି  । ଯାହା କି ରାୟଗଡ଼ା ସାଧାରଣ ଲୋକଙ୍କ ମନରେ ଅନେକ ସନେ୍ଦହ ସୃଷ୍ଟି କରିଛି ।