ବିଦ୍ୟାଳୟର ପୁରସ୍କାର ବିତରଣ ଉତ୍ସବ

 ଆସିକା: ଆସିକା ସହରରେ ଥିବା ସର୍ବପୁରାତନ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ  ପ୍ରଧାନଶିକ୍ଷୟିତ୍ରୀ ମିନତୀ କୁମାରୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଆସିକା ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ମୁନରାଣୀ ମହାନ୍ତି, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଅଧିକାରୀ ବିଭୁନନ୍ଦନ ପଣ୍ଡା, ସିଆରସିସି ଶିଶିର ବେହେରା, ପରିଚାଳନା କମିଟିର ସଭାପତି ମୋହନ ରାଓ ଦୋରା ପ୍ରମୁଖ ଉପସ୍ଥିତ ରହିଥିଲେ । ଅତିଥିମାନଙ୍କ ଦ୍ୱାରା ବିଭିନ୍ନ ବିଭାଗର କୃତି ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଛାତ୍ରୀମାନେ ପାଠ୍ୟ ଖସଡ଼ାକୁ ଗରୁତ୍ୱ ଦେବା ସହ ସହ ପାଠ୍ୟଖସଡ଼ା ପ୍ରତି ମଧ୍ୟ ସମାନତା ରକ୍ଷା କରି ସମାଜରେ ଜଣେ ଜଣେ ସୁନାଗରିକ ହେବାକୁ ପରାମର୍ଶ ପ୍ରଦାନ କରିଥିଲେ । ଏହି ବାର୍ଷିକ ଉତ୍ସବରେ ବିଦ୍ୟାଳୟର ରଶ୍ମିତା ପାତ୍ର, ପ୍ରଶାନ୍ତ କୁମାର ପାଣି, ପ୍ରଜ୍ଞା ପରମିତା ପ୍ରଧାନ, ପଦ୍ମାବତୀ ଦୋରା, ପି ରୋଜା, ନୟନୀ କୁମାରୀ ବେହେରା, ନମିତା ପାଣି, ମିତାଞ୍ଜଳି ପଣ୍ଡା, ମଞ୍ଜୁଲତା ସ୍ୱାଇଁ, ଲକ୍ଷ୍ମୀ ଦାସ, ଇନ୍ଦିରା ଦାସ, ବାଣିଶ୍ରୀ ପଣ୍ଡା, ବାକ କ୍ରିଷ୍ଣ ନାୟକ, ଅମ୍ରିତା ପାତ୍ର ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।