ଆଇନସେବା ଦିବସ ପାଳିତ 

ାା ପ୍ରଭାନୁ୍ୟଜ୍ାା ବାଙ୍କୀ : ବାଙ୍କୀ ତାଲୁକ୍ ଆଇନ୍ ସେବା କମିଟି ପକ୍ଷରୁ ଜାତୀୟ ଆଇନସେବା ଦିବସ ବି.କେ.ବିଦ୍ୟାପୀଠର ସଭାଗୃହରେ ପାଳିତ ହୋଇଯାଇଛି । ବାଙ୍କୀ ତାଲୁକ୍ ଆଇନସେବା କମିଟି ଅଧ୍ୟକ୍ଷ ତଥା ସିନିୟର୍ ଡିଭିଜନ୍ ସିଭିଲ ଜଜ୍ ସୁଧୀର କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ଜାତୀୟ ଆଇନସେବା ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ବିଶେଷ କରି ଛାତ୍ରଛାତ୍ରୀମାନେ ସ୍କୁଲକୁ ଯିବା ଆସିବା , ଶିକ୍ଷାଗ୍ରହଣ ଏବଂ ବିଭିନ୍ନ କ୍ଷେତ୍ରରେ ଆଇନ୍ ବିଷୟରେ ସଚେତନ ରହି କାର୍ଯ୍ୟକରିବା ପାଇଁ ସିଭିଲ ଜଜ୍ ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ  । ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ସହକାରୀ ଜିଲ୍ଲାପଳ ପର୍ଶୁରାମ ମଲ୍ଲିକ , ବରିଷ୍ଠ ସାମ୍ବାଦିକ ସମରେନ୍ଦ୍ର ମହାପାତ୍ର, ବାଙ୍କୀ ଓକିଲ ସଂଘ ସଂପାଦକ ଶୁଭାଶିଷ ମହାପାତ୍ର, ତାଲୁକ୍ ଆଇନ ସେବାକମିଟି ସଭ୍ୟା ବିନୋଦିନୀ ପାଣିଗ୍ରାହୀ ପ୍ରମୁଖ ଯୋଗଦାନ କରି ଆଇନ୍ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହିତ ଛାତ୍ରଛାତ୍ରୀମାନେ ସେମାନଙ୍କର ବିଭିନ୍ନ ସମସ୍ୟା ଆଇନ୍ଦ୍ୱାରା ସମାଧାନ ପାଇଁ ଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ । 
କଟକ: ସ୍ଥାନୀୟ ଗୋପାଳପୁର ବାଲିକୁଦା ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶ୍ରୀମଦ ଭାଗବତ ସପ୍ତାହ ଆରମ୍ଭ ହୋଇଛି । ୭ ଦିନ ବ୍ୟାପୀ ଦୈନିକ ମନ୍ଦିରରେ ଭାଗବତ ପାଠ କରାଯିବ । ଏହି ଉପଲକ୍ଷେ ଆଜି ପ୍ରାତଃ ୧୦ଟା ଠାରୁ ପ୍ରଥମେ ସୂର୍ଯ୍ୟପୂଜା ଆରମ୍ଭ ହୋଇଥିଲା । ପରେ ପରେ ଗୁରୁପୂଜା, ସ୍ୱସ୍ତି ବାଚନ, ମଙ୍ଗଳାଷ୍ଟକ ପରେ ବରୁଣ ଘଟ ପୂଜା ହୋଇ ଭାଗବତ ସପ୍ତାହ ନିମନ୍ତେ ସଂକଳ୍ପ ହୋମ କରାଯାଇ ଭାଗବତ ପାଠ ଆରମ୍ଭ ହୋଇଥିଲା । ୯ ତାରିଖ ଠାରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ମନ୍ଦିର ପ୍ରାଙ୍ଗଣରେ ଭାଗବତ ସପ୍ତାହ ପାଳିତ ହେବ । କାର୍ଯ୍ୟକ୍ରମକୁ କର୍ତ୍ତା ବୈକୁଣ୍ଠ ନାଥ ଜେନା ଓ ତାଙ୍କ ସହଧର୍ମିଣୀ ଗୀତାରାଣୀ ଜେନା କର୍ତ୍ତୀ ହିସାବରେ ସଂକଳ୍ପ କରି ଆରମ୍ଭ କରିଥିଲେ । ମୁଖ୍ୟ ପୂଜକ ଭାବେ ପଣ୍ଡିତ ସୁବାସିଷ ଆଚାର୍ଯ୍ୟ, ଲକ୍ଷ୍ମୀକାନ୍ତ ଶତପଥି, ଦଧିବାମନ ପଣ୍ଡା ଓ ସତ୍ୟପି୍ରୟ ମିଶ୍ର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ୭ ଦିନ ଧରି ଚାଲୁଥିବା ଏହି ଆଧ୍ୟାମିôକ କାର୍ଯ୍ୟକ୍ରମକୁ ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ବାଲିକୁଦା ତରଫରୁ ଆୟୋଜନ କରାଯାଇଛି ।