ବିଦ୍ୟାଳୟସ୍ତରୀୟ ଜ୍ଞାନବିଜ୍ଞାନ ମେଳା
ଜୟପୁର : ଜୟପୁର ଶାରଦା ବିହାର ସରସ୍ୱତୀ ବିଦ୍ୟାମନ୍ଦିରରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଚନ୍ଦନ ନାୟକ ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପସ୍ଥିତ ରହି ଶିଶୁଙ୍କୁ ପ୍ରେରଣା ଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସ୍କୁଲ ସଭାପତି କିଶୋର ଚନ୍ଦ୍ର ପଣ୍ଡା, ୨୧ ନଂ ୱାର୍ଡର କାଉନସିଲର ସୁଷମା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଧାନାଚାର୍ଯ୍ୟ ସତ୍ୟ ନାରାୟଣ ସେଠୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଗଣିତ ଓ ବିଜ୍ଞାନ ଗୁରୁଜୀ ଦିଲୀପ ଶତପଥୀ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦେ୍ଦଶ୍ୟ ବିଷୟରେ ଶିଶୁଙ୍କ ମାର୍ଗଦର୍ଶନ କରିଥିଲେ । ଶିଶୁମାନେ ବିଜ୍ଞାନ ପ୍ରକଳ୍ପ, ବିଜ୍ଞାନ ପତ୍ରବାଚନ, ବିଜ୍ଞାନ ପ୍ରୟୋଗ, ବିଜ୍ଞାନ ପ୍ରଶ୍ନମଞ୍ଚ, ଗଣିତ ପ୍ରକଳ୍ପ, ଗଣିତ ପତ୍ରବାଚନ, ଗଣିତ ପ୍ରୟୋଗ ଆଦି ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ବିଚାରକ ଭାବେ ରାଧା ମୋହନ ପଣ୍ଡା, ପ୍ରଶାନ୍ତ ରାଉଳ, ଜଗନ୍ନାଥ ତ୍ରିପାଠୀ, ଡ. ଅରୁଣ ରାଜ, ଦିଲ୍ଲୀପ ମିଶ୍ର, ବିଘ୍ନରାଜ ଚୌଧୁରୀ, ଲୋକେଶ୍ ପ୍ରଧାନ, ଅଭିଷେକ୍ ରାଜ୍ ପାଣିଗ୍ରାହୀ, ରୋହିତ୍ ରଂଜନ ବେହେରା, ସରୋଜ କୁମାର ମହାପାତ୍ର, ଅମିତ୍ ତ୍ରିପାଠୀ, ବିଶ୍ୱଜିତ୍ ମାଝୀ, ସାଗର କୁମାର ଦାଶ, ଗୁଲସନ୍ ସାହୁ, ପାୟଲ୍ ଶତପଥୀ, ଏମ୍. ସାଇସ୍ମିତା ପ୍ରିୟଦର୍ଶନୀ, ଚାନ୍ଦିନୀ ବିଶ୍ୱାସ, ଇପ୍ସିତା ଅଧିକାରୀ, କସ୍ତୁରୀ ଆଚାର୍ଯ୍ୟ, ଦିପ୍ତିମୟୀ ପାଢୀ, ସୁଚିସ୍ମିତା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ମୂଲ୍ୟାଙ୍କନ କରିଥିଲେ । ମୋଟ ୨୩୭ ଛାତ୍ରଛାତ୍ରୀ ଏହି ଜ୍ଞାନ ବିଜ୍ଞାନ ମେଳାରେ ଅଂଶଗ୍ରହଣ କରିଥିଲେ । ସେହିପରି ସମାରୋପ ଉତ୍ସବରେ ମୁଖ୍ୟଅତିଥି ଭାବେ ଦିଲ୍ଲୀପ ପଣ୍ଡା, ପ୍ରଧାନଶିକ୍ଷକ ଗଡ଼ପଦର ହାଇସ୍କୁଲ ଓ ସମ୍ମାନିତଅତିଥି ସୁକାନ୍ତ ବେହେରା, ଦକ୍ଷିଣ ସମ୍ଭାଗର ସମ୍ଭାଗ ସଂଯୋଜକ ସ୍କୁଲ ସଭାପତି କିଶୋର ଚନ୍ଦ୍ର ପଣ୍ଡା ଓ ସଂପାଦକ ଶିଶିର ଚନ୍ଦ୍ର ଦାଶ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା ।