ବିଧାନସଭାରେ ହଟ୍ଟଗୋଳ; ଗୃହକାର୍ଯ୍ୟ ମୁଲତବି

ବିଧାନସଭାରେ ହଟ୍ଟଗୋଳ; ଗୃହକାର୍ଯ୍ୟ ମୁଲତବି

ବିଧାନସଭାରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା  । ବୁଧବାର ବିରୋଧୀ ଦଳ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ଗୃହକାର୍ଯ୍ୟକୁ ମୁଲତବି ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ  । ବିରୋଧୀ ଦଳ କଂଗ୍ରେସ ଏବଂ ବିଜେଡି ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ନିକଟରେ ଆସି ହଟ୍ଟଗୋଳ କରିଥିଲେ । ମିଶନ ଶକ୍ତିର ଗୈରିକରଣ ବନ୍ଦ, ମହିଳାଙ୍କୁ ନ୍ୟାୟ ଦାବି ନେଇ ବିଜେଡି ଏବଂ କଂଗ୍ରେସ ସଦସ୍ୟମାନେ ପୋଡିୟମ ନିକଟରେ ନାରାବାଜି କରିଥିବାର ଦେଖିବାକୁ ମିଳିଥିଲା  । ଗୃହରେ କଂଗ୍ରେସ ପକ୍ଷରୁ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ ପାଖରେ ଅନ୍ୟ ସଦସ୍ୟଙ୍କ ସହିତ ମିଶି ରାଜ୍ୟର ମହିଳାଙ୍କୁ ନ୍ୟାୟ ପ୍ରଦାନ ପାଇଁ ସ୍ଲୋଗାନ ଦେଇଥିଲେ । ମିଶନ ଶକ୍ତି ମହିଳାଙ୍କ ଦାବି ପୂରଣ ପାଇଁ ବିଜେପି ସରକାର ପଦକ୍ଷେପ ଗ୍ରହଣ କରୁନଥିବା ବିଜେଡି ପକ୍ଷରୁ କୁହାଯାଇଛି ।