ବିଧାୟକଙ୍କ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା

 ନିଶ୍ଚିନ୍ତକୋଇଲି :  ନିଶ୍ଚିନ୍ତକୋଇଲି ବ୍ଲକ ତଥା କଟକ ସଦର ନିର୍ବାଚନ ମଣ୍ଡଳୀର ୧୪ ଗୋଟି ପଂଚାୟତକୁ ନେଇ ଏକ ସମୀକ୍ଷା ବୈଠକ ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଗତ ନିର୍ବାଚନ ଦିନ ଠାରୁ ୧୪ ଗୋଟି ପଂଚାୟତ ଯଥା ନେମାଳ, ତିଲକଣା, କଳମିଶି୍ର, ଜନାର୍ଦ୍ଦନପୁର, ବନ୍ଧୁପୁର, ସାନ୍ତପୁର, ପାଳଦା, ଉତ୍ତରକୂଳ, ମହ୍ମଦପୁର, ବାବୁଜଙ୍ଗ, ଶିର୍ଲୋ ଇସାଣୀ ବରହମପୁର ଓ ମାଣପୁର ଆଦି ପଞ୍ଚାୟତରେ ପୁରୁଣା କାମ ନ ହେବା ସାଙ୍ଗକୁ ନୂତନ ଭାବେ ହେବାକୁ ଥିବା କାମ ମଧ୍ୟ ବିଳମ୍ବ ଘଟୁଥିବାରୁ ବିଧାୟକ ବିଡିଓଙ୍କୁ ତାଗିଦ କରିଥିଲେ । ତତ୍ସହିତ ପୂର୍ବରୁ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟର ବକେୟା ଅର୍ଥକୁ ଶୀଘ୍ର ପଇଠ କରିବାକୁ ମଧ୍ୟ ଅଧିକାରୀଙ୍କୁ କହିଥିଲେ । ସୂନାଯୋଗ୍ୟ, ୧୪ ଟି ପଞ୍ଚାୟତରୁ ସମୀକ୍ଷା ହେଉଥିଲେ ହେ ବହୁ ସରପଂଚ ଓ ସମିତିସଭ୍ୟ ଖବର ପାଇନଥିବାରୁ ଯୋଗ ଦେଇ ପାରିନଥିଲେ । ଏହି ସମୀକ୍ଷା ବୈଠକରେ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ବିଡିଓ ଦ୍ୱିବେନ୍ଦୁ ଦାସ, ସହକାରୀ ନିର୍ବାହୀ ଯନ୍ତ୍ରୀ ନଳିନୀ ପାତ୍ରଙ୍କ ସମେତ ବ୍ଲକର ସମସ୍ତ ଅଧିକାରୀ, କର୍ମଚାରୀ ଓ ବିଜେପିର ବରିଷ୍ଠ କର୍ମୀମାନେ ଉପସ୍ଥିତ ଥିଲେ ।