ବିଧାୟକଙ୍କ ନଦୀବନ୍ଧ ଓ ଡ୍ୟାମ୍ର ସମୀକ୍ଷା 

 ବାଲେଶ୍ୱର: ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ନିଜ ନିର୍ବାଚନ ମଣ୍ଡଳୀର ଦୁର୍ଗାଦେବୀ, ଗୁଡୁଦା, ପତ୍ରିପାଳ ଆଦି ବିଭିନ୍ନ ପଞ୍ଚାୟତର ନଦୀବନ୍ଧ, ଡ୍ୟାମ ଏବଂ ଡ୍ରେନେଜ୍ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । ପ୍ରଥମେ ସେ ଦୁର୍ଗାଦେବୀ ପଞ୍ଚାୟତର ଉଦୟପୁର ଗଂଘାର ନଦୀ ବନ୍ଧ ବୁଲି ଦେଖିଥିଲେ । ଏହି ବନ୍ଧ ଭାଙ୍ଗି ଶହ ଶହ ଏକର ଚାଷଜମି ନଷ୍ଟ କରିବା ସହ ଚାଷୀଙ୍କର ଚାଷ ଉଜୁଡ଼ି ଦେଇଛି । ଏହା ପରେ ପ୍ରସନ୍ନ ନଦୀ ଉପରେ ଏକ ଚେକ୍ ଡ୍ୟାମ ନିର୍ମାଣ, ଗୁଡୁଦା ଏବଂ ଦୁର୍ଗାଦେବୀ ପଞ୍ଚାୟତକୁ ଯୋଡୁଥିବା ପିଡବ୍ଲୁ୍ୟଡି ରୋଡ, ପ୍ରସନ୍ନ ନଦୀ ଉପରେ ଏକ ନୂତନ ପୋଲ ନିର୍ମାଣ, ଗୁଡୁଦା ଗ୍ରାମ ମୁଣ୍ଡରେ ଥିବା ଦାସ ସାହି ପାଖରେ ନଦୀ ବନ୍ଧ ନିର୍ମାଣ ପରି ଅନେକ ସମସ୍ୟାର ସମୀକ୍ଷା କରି ସ୍ଥିତି ପରଖିଥିଲେ । ଏହା ପରେ ଉକ୍ତ ସମସ୍ୟା ସମ୍ବନ୍ଧରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇ ଲୋକଙ୍କ ସମସ୍ୟାର ସମାଧାନ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଏହି ଅବସରରେ ନାରୀ ନେତ୍ରୀ ଶୋଭନା ମହାନ୍ତି, ବିଧାୟକଙ୍କ ବ୍ୟକ୍ତିଗତ ସହାୟକ କୃଷ୍ଣ ଚନ୍ଦ୍ର ସାହା ସ୍ଥାନୀୟ କାର୍ଯ୍ୟକର୍ତ୍ତା ବସନ୍ତ ପ୍ରଧାନ,ବିରେନ୍ଦ୍ର ଦଳେଇ, ସର୍ବେଶ୍ୱର ପରିଡ଼ା, ରଘୁନାଥ ଦଳେଇ, କାଳୀ ଚରଣ ମାଝୀ,ଯଦୁନାଥ ଗିରି,ସୁରେନ୍ଦ୍ର ମାଝୀ ପ୍ରମୁଖ ଶ୍ରୀ ଦାସଙ୍କ ସହ ଉପସ୍ଥିତ ଥିଲେ ।