ବିନା ଲାଇସେନ୍ସରେ ବାଣ ବିକ୍ରି,୨ ଗିରଫ

 ହିଞ୍ଜିଳିକାଟୁ  : ସରକାରୀ ନିୟମକୁ ଫୁ କରି ଚାଲିଥିଲା ବାଣ ବିକ୍ରି । ଅବାଧରେ ବିକ୍ରି ହେଉଥିଲା ବାଣ  । ସରକାରୀ ନିୟମ ଅନୁସାରେ ବାଣ ବ୍ୟବସାୟୀମାନେ ଲାଇସେନ୍ସ ପରେ ବାଣ ବିକ୍ରି ପାଇଁ ଅନୁମତି ରହିଥିବା ବେଳେ ଅଧିକାଂଶ ବାଣ ଦୋକାନୀ ବିନା ଲାଇସେନ୍ସରେ ବାଣ ବିକ୍ରି କରୁଥିବା ମଧ୍ୟ ଅଭିଯୋଗ  ହୋଇଛି  । ଦୀପାବଳୀରେ ବାଣ ବିକ୍ରି ପାଇଁ ୧୪ଜଣ ବେପାରୀ ହିଞ୍ଜିଳି ଥାନାରେ ଆବେଦନ କରିଛନ୍ତି  । ତେବେ ଗତ ବର୍ଷ ଦୁଇ ଦିନିଆ ଅନୁମତି ପାଇ ବର୍ଷତମାମ ଗୋଦାମରେ ବାଣ ରଖି ବେଆଇନ ଭାବେ ବିକ୍ରି ହେଉଥିବା ଦେଖିବାକୁ ମିଳିଥବଲା  । ଆଗକୁ ଦୀପାବଳି ଆସୁଥିବା ବେଳେ ବେଆଇନ ବାଣ ବିକ୍ରି ବଢିଯାଇଛି  । ହିଞ୍ଜିଳିକାଟୁ ଥାନା ଅଧୀନରେ  ଅବାଧରେ ବାଣ ବିକ୍ରି ଅଭିଯୋଗରେ ୨ ବେପାରୀ ଧରାପଡ଼ିଛନ୍ତି  । ହିଞ୍ଜିଳିକାଟୁ ପୌରପରିଷଦ ବ୍ଳକ୍ ଛକରେ  ବିପୁଳ ପରିମାଣର ବାଣ ଗଚ୍ଛିତ ଥିବା ଖବର ପାଇ ହିଞ୍ଜିଳି ପୁଲିସ ଚଢ଼ାଉ କରି ୨ ଜଣଙ୍କୁ ଗିରଫ କରିଛି  । ଏନେଇ ଥାନାରେ ୭୫୨,୭୫୩ ।୨୫ରେ ମାମଲା ରୁଜୁ କରାଯାଇ ପୁଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି  । ଏହାସହ ଉକ୍ତ ଅଞ୍ଚଳରେ ବିନା ଲାଇସେନ୍ସରେ ବାଣ ଦୋକାନ ନକରିବା ପାଇଁ ପୁଲିସ ପ୍ରଶାସନ ବ୍ୟବସାୟୀଙ୍କୁ କଡ଼ା ତାଗିଦ କରିଛି  ।