ବିପଦକୁ ଡାକୁଛି ଓଳାଭର-ସତଘରିଆ ରାସ୍ତା

 ରାଜକନିକା: ରାଜକନିକା ବ୍ଲକ ଅନ୍ତର୍ଗତ ଓଳାଭର- ସତଘରିଆ ବଗି ରାସ୍ତା ଯାହା କି ମରଣ ଜଗି ବସିଥିବା ଦେଖିବାକୁ ମିଳିଛି । ସୂଚନା ମାତାବକ ୨୦୨୩ ମସିହା ରେ ଆଳି ବିଧାୟକଙ୍କ ପାଣ୍ଠିରୁ ୧୦ ଲକ୍ଷ୍ୟ ବ୍ୟୟ ବରାତରେ ଫେବର ବ୍ଲକ ପକାଇ ନିମ୍ନ ମାନର ରାସ୍ତା ନିର୍ମାଣ ହୋଇଥିବା ଅଭିଯୋଗ ହୋଇଛି । ହେଲେ ମାତ୍ର ଦିନ କେଇଟା ଗଲା ନି ରାସ୍ତା ପାଲଟିଛି ମରଣଯନ୍ତା । ତେବେ ଏହି ରାସ୍ତା ରାଜକନିକା ବ୍ଲକକୁ ସଂଯୋଗ କରୁଥିବାରୁ ରାତି ପାହିଲେ ପଶ୍ଚିମ କନିକାର ୧୦ଟି ପଞ୍ଚାୟତରେ ଲୋକ ନିର୍ଭର କରୁଥିବା ବେଳେ, ଓଳାଭର କଲେଜକୁ ପଢିବାକୁ ଆସୁଥିବା ଛାତ୍ର ଛାତ୍ରୀ ମାନେ ଟିକେ ଅନ୍ୟମନସ୍କା ହେଲେ ସିଧା ୫ଫୁଟ ଗତରେ ପଡିବାର ସମ୍ଭାବନା ଅଛି ଏହା ଛଡ଼ା ରାସ୍ତରେ ପ୍ରତିଦିନ ଶହ ଶହ ଗାଡି ମଟର ବିପଦ ସଂକୁଳରେ ଯିବା ଆସିବା କରୁଥିବା ଦେଖିବାକୁ ମିଳୁଛି ଏହା ପ୍ରତି କାହାର ନଜର ନାହିଁ । ତେବେ ଏହି ରାସ୍ତା କୁ ତୁରନ୍ତ ମରାମତି କରିବା ପାଇଁ ବଳରାମପୁର ସରପଞ୍ଚ ସ୍ୱର୍ଣଲତା ବେହୁରାଙ୍କ ସମେତ ଅଞ୍ଚଳବାସୀ ଦାବି କରିଛନ୍ତି ।