ବିପଦପୂର୍ଣ ଅବସ୍ଥାରେ ଶୋଇ ରହିଛି ଗଛ
ବରୀ : ବରୀ-ବରୁଆ ମୁଖ୍ୟ ରାସ୍ତାର ଶଙ୍କାରିଗଡା ଛକ ନିକଟରେ ଏକ ବିପଦପୂର୍ଣ ଅବସ୍ଥା ରାସ୍ତା ପାର୍ଶ୍ୱରେ ଶୋଇରହିଛି ଚାକୁଣ୍ଡାଗଛ । ବହୁ ସମୟରେ ବସ ଓ ଟ୍ରକ ଗଛର ଡାଳରେ ଘସି ହେଇଯାଉଛି । ଯାହା ଫଳରେ ଗଛଡାଳର ବକଳା ଉଠିଗଲାଣି । ବିପଦପୂର୍ଣ ଅବସ୍ଥା ଗଛ ଡାଳଟି ରାସ୍ତା ଉପରେ ରହିଛି । ରାସ୍ତାଟି ପୂର୍ତ ବିଭାଗ ଅଧିନରେି ଥିବାରୁ ଉଭୟ ପୂର୍ତ ବିଭାଗ ଓ ବନ ବିଭାଗ ଦୃଷ୍ଟି ଦେଇ ଡାଳଟିକୁ କାଟିବା ସ୍ଥାନୀୟ ଲୋକେ ଦାବି କରିଛନ୍ତି ।