ବିପଦରେ କୁଆଖିଆ ଓଭରବ୍ରିଜ୍  : ଲୋକଙ୍କ ମନରେ ଅଜଣା ଭୟ

 କୁଆଖିଆ : ଏହି ଥାନା ୧୬ ନଂ ଜାତୀୟ ରାଜପଥ କୁଆଖିଆ ଓଭରବ୍ରିଜ୍ ଏବେ ବିପଦରେ । ଯାହାକୁ ନେଇ ଲୋକଙ୍କ ମନରେ ଅଜଣା ଭୟ ଦେଖା ଦେଇଛି । ୨୦୨୦ ମସିହାରେ ରାଜପଥ କତୃପକ୍ଷଙ୍କ ଦ୍ୱାରା ନିର୍ମିତ ଏହି ପୋଲଟିର କଟକ-ଭୁବନେଶ୍ୱର ପଟ ଛାତ ଏବେ ଦବୁ ଥିବାବେଳେ ପୋଲର ଦୁଇ ମୁଣ୍ଡରେ କଂକ୍ରିଟ୍ ଛାଡି ଥିବା ଦେଖାଦେଇଛି । ଏହି ପୋଲ ତଳେ ଦୈନିକ ହଜାର ହଜାର ଲୋକ ଯାତାୟାତ କରୁଥିବା ବେଳେ କେତେବେଳେ ଯେ ସେମାନଙ୍କ ଜୀବନ ପ୍ରତି ବିପଦ ମାଡି ଆସିବ ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥିସହିତ ଏହା ତଳେ ଜୀବନ ଜୀବିକାକୁ ନେଇ ବପ୍ସଚୁଥିବା କେତେକ ଉଠା ଦୋକାନୀଙ୍କ ଭାଗ୍ୟ ଅନ୍ଧାରରେ ଥିବା ଦେଖାଦେଇଛି । ଏସମ୍ପର୍କରେ କତୃପକ୍ଷ ଜାଣିବା ପରେ ପୋଲ ତଳେ ବ୍ୟବସାୟ କରୁଥିବା ଉଠା ଦୋକାନୀ ମାନଙ୍କୁ ସତର୍କ କରାଇ ଉଠାଇ ଦେଇଥିଲେ ହେଁ ତଥାପି ପୋଲର ବିପଦ ଟଳିନାହିଁ । କିନ୍ତୁ, ପୋଲର ସୁରକ୍ଷା ଦୃଷ୍ଟିରୁ ଗତକାଲି କର୍ତ୍ତୃପକ୍ଷ ପୋଲର ଦୁଇ ପାଖ ପିଲର୍ ଉପରେ ନୂଆ ରିଙ୍ଗ୍ ଦେଇ ଉଠାଇଥିବା ଜଣାପଡିଛି । ଏହାକୁ ନେଇ ସ୍ଥାନୀୟ ବଜାର ଲୋକଙ୍କ ମନରେ ଅଜଣା ଭୟ ସଂଚାର ହୋଇଥିବା ବେଳେ ରାଜପଥ କର୍ତୃପକ୍ଷ ଏସମ୍ପର୍କରେ ଏକ ସୂଚନା ବୋର୍ଡ ଲଗାଇବା ପାଇଁ ବଜାର ବାସିନ୍ଦା ଏବଂ ବୁଦ୍ଧିଜୀବୀଙ୍କ ପକ୍ଷରୁ ଦାବି କରାଯାଇଛି ।