ବେସରକାରୀ ଅଧ୍ୟାପକ/କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନେ୍ଦାଳନ
ବାଲିଚନ୍ଦ୍ରପୁର : ଅନୁଦାନ ଦାବିରେ ବେସରକାରୀ ଅଧ୍ୟାପକ/କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନେ୍ଦାଳନ ପୂର୍ବକ ସାହସପୁର କଲେଜ ଫାଟକ ଆଗରେ ଧାରଣାରେ ବସିଛନ୍ତି । ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ରାଜ୍ୟ ସଭାପତି ବିଶ୍ୱରଂଜନ ଦାସଙ୍କ ନେତୃତ୍ୱରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ କାର୍ଯ୍ୟରତ ୨୦୦୭ରୁ ୨୦୧୮ପର୍ଯ୍ୟନ୍ତ ଅଧ୍ୟାପକ ଓ କର୍ମଚାରୀ ମାନଙ୍କୁ ଅନୁଦାନ ପ୍ରଦାନ କରିବା ନିମନ୍ତେ ପୂର୍ବ ସରକାର ଓ ବର୍ତମାନ ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ଦାବି ଉପସ୍ଥାପନ କରାଯାଇଥିଲା । ପ୍ରତିଶୃତି ପ୍ରତାରଣା ହେବାରୁ ସଂଘ ତରଫରୁ ୧୬/୦୮/୨୦୨୫ ରିଖ ଠାରୁ ରାଜ୍ୟ ସାରା ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନେ୍ଦାଳନର ଡାକରା ଦିଆଯାଇଛି । ଯାଜପୁର ଜିଲା ସଭାପତି ବଳରାମ ସିଂହଙ୍କ ନେତୃତ୍ୱରେ ସାହସପୁର ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀ ସର୍ବଶ୍ରୀ ଲୋପାମୁଦ୍ରା ପଟ୍ଟନାୟକ, ଗାୟତ୍ରୀ ଶତପଥୀ, ଇତିଶ୍ରୀ ପ୍ରଧାନ, ଅଭିଜିତ ନାୟକ, ସ୍ମୁତିରଞ୍ଜନ ନାୟକ, କ୍ଷିତୀଶ ଚନ୍ଦ୍ର ଲେଙ୍କା, ପ୍ରଗତି ମହାନ୍ତି, ଦୁର୍ଗାପ୍ରସାଦ ପରିଡା, ଶୁଭବ୍ରତ ପଣ୍ଡା, ବିଶ୍ୱଜିତ ସିଂହ, ଆଶିଷ କୁମାର ମହାପାତ୍ର, ପ୍ରତ୍ୟୁଷ କୁମାର ସାହୁ, ବିଶ୍ୱଜିତ ସେନାପତି, ପ୍ରତିମା କାହାଳି, ରାଜଲଷ୍ମୀ ସାହୁଙ୍କ ନେତୃତ୍ୱରେ ଶତାଥିକ କାର୍ଯ୍ୟବନ୍ଦ ଆନେ୍ଦାଳନରେ ସାମିଲ ହୋଇଥିଲେ । ଦାବି ପୂରଣ ହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।