ବିପଦସଂକୁଳ ଅବସ୍ଥାରେ ପଞ୍ଚାୟତ କାର୍ଯ୍ୟାଳୟ  : ଛାତରୁ ଖସୁଛି ସିମେଣ୍ଟ, ଦିଶୁଛି ରଡ୍

 ପାପଡାହାଣ୍ଡି : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଂଚାୟତ କାର୍ଯ୍ୟାଳୟ ବିପଦସଂକୁଳ ଅବସ୍ଥାରେ ରହିଛି । ଦୀର୍ଘ ବର୍ଷ ହେଲେ ମଧ୍ୟ ମରାମତି କିମ୍ବା ନୂତନ କୋଠା ତିଆରି ହେଉନି । 
ସୂଚନା ଅନୁସାରେ ପଞ୍ଚାୟତ ସଦର ମହକୁମାରେ ଥିବା ପଂଚାୟତ ଅଫିସ ନିକଟରେ ୧୯୯୪ ମସିହାରେ ଏହି କୋଠା ନିର୍ମାଣ କରାଯାଇଥିଲା । ଏହି କୋଠା ଛାତରୁ ଖଣ୍ଡ ଖଣ୍ଡ ହୋଇ ସିମେଣ୍ଟ ଖସୁଥିବା ସହ ଲୁହା ଛଡ଼ ଦେଖା ଯାଉଛି । ବର୍ଷା ହେଲେ ଛାତରୁ ପାଣି ତରଳୁ(ସୀଙ୍କ) ଥିବା ଦେଖିବାକୁ ମିଳିଛି । ବିଭିନ୍ନ ସମୟରେ ଅଫିସ କାର୍ଯ୍ୟ କିମ୍ବା ବୈଠକ ନିମନ୍ତେ ଏଠାକୁ ନିୟମିତ ଭାବରେ ଲୋକେ ଆସୁଥିବାବେଳେ କେତେବେଳେ ଅଘଟଣ ଘଟିବ କହି ହବ ନାହିଁ । ଦୀର୍ଘ ୩୧ ବର୍ଷ ହେଇଥିଲେ ହେଁ ଏଥିପ୍ରତି ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହିଛି  । ପୁରୁଣା ହେବା ସହ ଜରାଜୀର୍ଣ୍ଣ ହେବାକୁ ବସିଲାଣି  । ତେବେ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ବିଭାଗୀୟ ମନ୍ତ୍ରୀ, ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ନୂତନ କୋଠା ପାଇଁ ବ୍ୟବସ୍ଥା କରିବେ ବୋଲି ଦାବି ହେଉଛି । ଏନେଇ ଆମେ ଜିପିଇଓ ଅକ୍ଷୟ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ନୂତନ କୋଠା ପାଇଁ ରାଜ୍ୟକୁ ପ୍ରସ୍ତାବ ଦେଇଛୁ  । ମଞ୍ଜୁର ହେବାକୁ ଅପେକ୍ଷା ରହିଛି  । ମଞ୍ଜୁର ହେଲେ ଯୁଦ୍ଧୁକାଳୀନ ଭିତ୍ତିରେ ନୂତନ ପଂଚାୟତ କୋଠା ତିଆରି କରାଯିବ ବୋଲି କହିଥିଲେ  ।