ବିପଦ ସଂକୁଳ ଅବସ୍ଥାରେ ବୈତରଣୀ ସେତୁ

 ଚାନ୍ଦବାଲି : ବିପଦ ସଂକୁଳ ଅବସ୍ଥାରେ ଚାନ୍ଦବାଲି ବୈତରଣୀ ସେତୁ । ଭଦ୍ରକ, କେନ୍ଦ୍ରାପଡା ସହିତ ଯାଜପୁର ଜିଲ୍ଲାକୁ ଏକାଠି କରି ରଖିଥିବା ଏଇ ସେତୁ ଏବେ ବିପଦ ସଙ୍କୁଳ ଅବସ୍ଥାରେ । ୨୦୦୮ ମସିହାରେ ତିଆରି ହୋଇଥିବା ଏହି ସେତୁକୁ ଏବେ ବିତିଯାଇଛି ୧୬ ବର୍ଷ ହେଲେ ସେତୁର ପିଲାର ଦବି ଯିବା ଫଳରେ ଲୋକଙ୍କ ମନରେ ଏବେ ଛନକା ସୃଷ୍ଟି ହେବା ସହିତ ସମ୍ପୂର୍ଣ ସେତୁର ସ୍ଥାୟୀତ୍ୱକୁ ନେଇ ଏବେ ଉଠିଛି ପ୍ରଶ୍ନ । ପ୍ରତିଦିନ ଏହି ସେତୁ ଦେଇ ଛୋଟ ବଡ଼ ଗାଡ଼ି ଠାରୁ ଆରମ୍ଭ କରି ଭାରି ଯାନ ସହିତ ହଜାର ହଜାର ସଂଖ୍ୟାର ଲୋକେ ଯାତାୟତ କରିଥାନ୍ତି । ତେବେ ସେତୁର ବିଭିନ୍ନ ସ୍ଥାନରେ ଏବେ ଫାଟ ସୃଷ୍ଟି ହେବା ସହିତ ପିଲର ମଧ୍ୟ ଧୀରେ ଧୀରେ ଦବିବାକୁ ଲାଗିଲାଣି, ସେତୁର ଏଭଳି ଅବସ୍ଥା ଦେଖି ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଭାରି ଯାନ ଚଳାଚଳ କରିବା ପାଇଁ ମଧ୍ୟ ଲୋକେ ଭୟ କଲେଣି । ତେବେ ତୁରନ୍ତ ଉକ୍ତ ସେତୁର ମରାମତି କରାନଗଲେ, କେଉଁ ମୂହୁର୍ତ୍ତରେ ଯେ ଅଘଟଣ ନଘଟିବ ତାହା କେହି କହି ପାରିବେ ନାହିଁ । ତେବେ ତୁରନ୍ତ ଉକ୍ତ ସେତୁର ମରାମତି କରିବା ସହିତ ନୂତନ ସେତୁ ନିର୍ମାଣ କରିବା ପାଇଁ ସାଧାରଣରେ ଦାବି ହୋଇଛି ।