ବିପର୍ଯ୍ୟସ୍ତ ଏନ୍ଏଚ୍, ୨୯ରୁ ବସ୍ ଚଳାଚଳ ବନ୍ଦ

 ତାଳଚେର:  ତାଳଚେର ଦେଇ ଯାଇଥିବା ୧୪୯ ନଂ ଜାତୀୟ ରାଜପଥର ଗୋଡିବନ୍ଧ ଠାରୁ ବଅଁରପାଳ ପର୍ଯ୍ୟନ୍ତ ଭାୟା ବହ୍ଲର ରାସ୍ତା ଶୋଚନୀୟ ନେଇ ଆସନ୍ତା ୨୯ ତାରିଖ ଠାରୁ ତାଳଚେରରୁ ବସ୍ ଚଳାଚଳ ବନ୍ଦ କରିବା ନେଇ ବସ୍ ମାଲିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଉଦେ୍ଦଶ୍ୟରେ ଉପଜିଲ୍ଲାପାଳ ସମୀର କୁମାର ଜେନାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବସ୍ ମାଲିକ ସଂଘର ସଭାପତି ଇଂ ଶ୍ରୀକାନ୍ତ କୁମାର ପାଣିଙ୍କ ନେତୃତ୍ୱରେ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ଉଲ୍ଲେଖ କରାଯାଇଛି ଯେ, ଜାତୀୟ ରାଜପଥ ଅତ୍ୟନ୍ତ ଶୋଚନୀୟ ହୋଇ ପଡିଥିବାରୁ ତାଳଚେରରୁ ଯାଉଥିବା ବସ୍ ଗୁଡିକର ସମୟ ସାରଣୀ ଅନୁସାରେ ଚଳାଚଳ କରିପାରୁନାହିଁ ଏବଂ ରାସ୍ତା ଅତ୍ୟନ୍ତ ଖରାପ ଯୋଗୁଁ ବସ୍ ଗୁଡିକର ଯାନ୍ତ୍ରିକ କ୍ଷତି ହେବା ସଙ୍ଗେ ସଙ୍ଗେ ଦୈନନ୍ଦିନ ଛୋଟ ବଡ ଦୁର୍ଘଟଣାମାନ ଘଟୁଛି । ଯାହାଫଳରେ ତାଳଚେର ବସ୍ଗୁଡିକ ଅନ୍ୟଷ୍ଟାଣ୍ଟରେ ସମୟ ସାରଣୀ ଅନୁସାରେ ପହଞ୍ଚô ନ ପାରିଲେ ଯାତ୍ରୀ ନ ଉଠାଇ ପାରିବାରୁ ମାଲିକମାନଙ୍କର ଆର୍ଥôକ କ୍ଷତି ଘଟୁଛି । ତେଣୁ ଏହାର ସମାଧାନ ନ ହେଲେ ବାଧ୍ୟ ହୋଇ ସଂଘ ପକ୍ଷରୁ ଆସନ୍ତା ତା୨୯/୦୭/୨୦୨୫ ରିଖ ଠାରୁ ବସ୍ ଗୁଡିକ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରାଯିବ ବୋଲି ଲିଖିତ ଭାବେ ଜଣାଇ ଦିଆଯାଇଛି । ଏହାର ନକଲ ରାଜ୍ୟ ପରିବହନ କମିଶନର, ଜିଲ୍ଲା ଆରକ୍ଷô ଅଧିକ୍ଷକ, ଉପଖଣ୍ଡ ଆରଖି ଅଧିକ୍ଷକ, ତାଳଚେର ଆଞ୍ଚଳିକ ପରିବହନ ଅଧିକାରୀ, ରାଜ୍ୟ ବସ୍ ମାଲିକ ସଂଘ ଏବଂ ତାଳଚେର ଥାନା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଏହି ଦାବିପତ୍ର ପ୍ରଦାନବେଳେ ସଂପାଦକ ସୁରେଶ ଚନ୍ଦ୍ର ସାହୁ, ମଦନ ମୋହନ ମହାନ୍ତି, ତୁଷାର ପଟ୍ଟନାୟକ, ନରେଶ ଚନ୍ଦ୍ର ସାହୁ, ଅଭିନାଶ ସାହୁ, ସୁଧାଂଶୁ ଶେଖର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।