ଖରସ୍ରୋତା ପୁସ୍ତକ ମେଳା ପକ୍ଷରୁ ନୃସିଂହ ସମ୍ବର୍ଦ୍ଧିତ 

 ରାଜକନିକା:  ଯାଜପୁର ଜିଲ୍ଲା ବିଞ୍ଝାରପୁର ଠାରେ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ଦ୍ୱିତୀୟ ଖରସ୍ରୋତା ପୁସ୍ତକ ମେଳା ପକ୍ଷରୁ ରାଜକନିକା ର ଶିକ୍ଷାବିତ୍ ଓ ସୁଲେଖକ ନୃସିଂହ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯଇଛି । ଏହି ଉସôବରେ ମୁଖ୍ୟଅତିଥି କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଅନୁବାଦକ ପଣ୍ଡିତ ସୂର୍ଯ୍ୟମାନୀ ଖୁଣ୍ଟିଆ, ମୁଖ୍ୟବକ୍ତା ଭାବେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକ ନିତ୍ୟାନନ୍ଦ ପଣ୍ଡା, ବକ୍ତା ଭାବେ ଅନନ୍ୟ ବିଶିଷ୍ଟ ଶିକ୍ଷାବିତ୍ ତଥା ସୁଲେଖକ ଶିବଚରଣ ମାଝୀ ଓ ବରେଣ୍ୟ ବକ୍ତା ଭାବେ ଯାଜପୁର ଜିଲ୍ଲା ପୁସ୍ତକ ମେଳାର ସଭାପତି ସନ୍ତୋଷ ନନ୍ଦ ଉପସ୍ଥିତ ରହି ସମ୍ବର୍ଦ୍ଧିତ ପ୍ରତିଭା ଶିକ୍ଷାବିତ୍ ଓ ସୁଲେଖକ ନୃସିଂହ ବେହେରାଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।