ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ୩ ଲକ୍ଷ ଚଳୁ; ଠକ ଗିରଫ
ଭୁବନେଶ୍ୱର : ଯୁବତୀଙ୍କୁ ଜାଲରେ ଫସାଇ ବିବାହର ପ୍ରତିସୃତି ଦେଇ ଏକ ମେଡିସିନ ଷ୍ଟୋର ଖୋଲିବାକୁ କହି ୩ ଲକ୍ଷ ଚଳୁ । ଏନେଇ ଯୁବତୀ ଜଣଙ୍କ ଘଟଣା ଜାଣିବା ପରେ ଅଭିଯୁକ୍ତକୁ ଟଙ୍କା ମାଗିବାରୁ ତାଙ୍କ ହତ୍ୟା ଧମକ । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, ନୟାଗଡ଼ ଜିଲ୍ଲା ରଣପୁରର ପବିତ୍ର ମହାପାତ୍ର । ସୂଚନା ଯୋଗ୍ୟଯେ, ଗତ ୭ ବର୍ଷ ପୂର୍ବେ ଅଭିଯୁକ୍ତଙ୍କର ପୀଡ଼ିତାଙ୍କ ସହିତ ସାକ୍ଷାତ ହୋଇଥିଲା । ସେବେ ଠାରୁ ଉଭୟେ ଉଭୟଙ୍କର ନିକଟବର୍ତ୍ତୀ ହୋଇଥିଲେ ଓ ସେମାନଙ୍କ ମଧ୍ୟରେ ଅତି ନିବିଡ଼ ସମ୍ପର୍କ ଗଢ଼ିଉଠିଥିଲା । ଅଭିଯୁକ୍ତ ଜଣଙ୍କ ପୀଡ଼ିତାଙ୍କୁ ବିବାହ କରିବାକୁ ମିଥ୍ୟା ପ୍ରତିସୃତି ଦେଇ ଦିନ ଗଡାଇ ଚାଲିଥିଲେ । ଗତ ବର୍ଷେ ପୂର୍ବେ ଅଭିଯୁକ୍ତ ଜଣକ ଏକ ମେଡ଼ିକାଲ ଷ୍ଟୋର ଖୋଲିବାକୁ କହି ପୀଡ଼ିତାଙ୍କ ଠାରୁ ୩ ଲକ୍ଷ ଟଙ୍କା ନେଇଥିଲେ । ପୀଡ଼ିତା ଅଭିଯୁକ୍ତଙ୍କୁ ବିବାହ କରିବା ପାଇଁ କହୁଥିବାରୁ ଗତ ୨୩ ତାରିଖ ପୂର୍ବାହ୍ନ ୧୦ଟାରେ ପବିତ୍ରଙ୍କ ଜଣେ ସମ୍ପର୍କୀୟ ରଞ୍ଜନ ପୀଡ଼ିତାଙ୍କ ଘରକୁ ଆସି ତାଙ୍କୁ ଗାଳିଗୁଲଜ କରି ହତ୍ୟା ଧମକ ଦେବା ସହ ଆକ୍ରମଣ କରିଥିଲେ । ଏନେଇ ଯୁବତୀ ଜଣଙ୍କ ଖଣ୍ଡଗିରି ଥାନାକୁ ଯାଇ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରିଛି ।