ବିବାହ ଶୋଭାଯାତ୍ରାରେ ବୁଲିଲା ଖଣ୍ଡା, ଜଣେ ଗୁରୁତର

ବିବାହ ଶୋଭାଯାତ୍ରାରେ ବୁଲିଲା ଖଣ୍ଡା, ଜଣେ ଗୁରୁତର

ହିଞ୍ଜିଳିକାଟୁ: ବିବାହ ଶୋଭାଯାତ୍ରା ଚାଲିଥିବା ବେଳେ ସାମାନ୍ୟ ବଚସାରୁ ଶୋଭାଯାତ୍ରା ଗାଡି ଚାଳକ ଓ ମାଲିକ ମିଶି ବରଘରର ଜଣେ ସମ୍ପର୍କୀୟ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଯୁବକ ଜଣଙ୍କ ଗୁରୁତର ଆହତ ହୋଇ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ମେଡିକାଲରେ ଚିକିସôିତ ହେଉଥିବା ଜଣାପଡିଛି । ଗୁରୁତର ଯୁବକ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ପରିବାର ସୂତ୍ରରୁ ଜଣାପଡିଛି । ଗୁରୁତର ଆହତ ଯୁବକ ଜଣଙ୍କ ହେଲେ ହିଞ୍ଜିଳି ଥାନା କଣ୍ଟେଇକୋଳି ଗ୍ରାମର କାହ୍ନା ସାହୁ (୨୬) । ଏଭଳି ଏକ ଘଟଣା ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଶ୍ରଦ୍ଧାପୁର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଘଟିଛି । 
ସୂଚନା ପ୍ରକାରେ, ସୋମବାର ରାତିରେ ହିଞ୍ଜିଳିକାଟୁ ଅଞ୍ଚଳର ଜଣେ ଯୁବକ ବାହାଘର ସକାଶେ  ହିଞ୍ଜିଳି ଥାନା ଶ୍ରଦ୍ଧାପୁର ଗ୍ରାମକୁ ଶୋଭାଯାତ୍ରାରେ ଯାଉଥିଲେ । ସାମାନ୍ୟ ବଚସାରୁ ବରଘରର କିଛି ସମ୍ପର୍କୀୟଙ୍କ ସହ ବାହାଘର ପାଇଁ ଶୋଭାଯାତ୍ରାରେ ଯାଇଥିବା ଘୋଡାଗାଡି ଚାଳକଙ୍କ ସହ ଯୁକ୍ତିତର୍କ ପରେ ଗଣ୍ଡଗୋଳ ହୋଇଥିଲା । ପରିସ୍ଥିତି ଧୀରେ ଧୀରେ ଉଗ୍ରରୂପ ଧାରଣ କରିଥିଲା । ଶେଷରେ ଶୋଭାଯାତ୍ରା ଗାଡି ଚାଳକ, ମାଲିକ ଓ ଜଣେ ସହଯୋଗୀ ମିଶି ଖଣ୍ଡାରେ  ହଠାତ୍ କାହ୍ନାଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ଯୁବକଙ୍କ ହାତ, ମୁଣ୍ଡ ଓ ଛାତିରେ ଗଭୀର କ୍ଷତ ସୃଷ୍ଟି ହେବା ସହ ଆକ୍ରମଣକାରୀ ସେଠାରୁ ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକେ ଗୁରୁତର ଆହତଙ୍କୁ ଉଦ୍ଧାର କରି ଚିକିସôା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିସôା ପରେ ତାଙ୍କୁ ଅଧିକ ଚିକିସôା ପାଇଁ ବ୍ରହ୍ମପୁର ଓ ପରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଖବର ପାଇ ହିଞ୍ଜିଳି ପୁଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ସରଜମିନ ତଦନ୍ତ ଚଳାଇଥିଲା । ଏହି ଘଟଣା ନେଇ ହିଞ୍ଜିଳି ଥାନାରେ କୈାଣସି ଲିଖିତ ଅଭିଯୋଗ ହୋଇନଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ ।