ବିଭିନ୍ନସ୍ଥାନରେ ଓଡ଼ିଶା ଦିବସ ପାଳିତ

 ଭଦ୍ରକ : ଉକ୍ରଳ ସମ୍ମିଳନୀ ଭଦ୍ରକ ଜିଲ୍ଲା ଶାଖା ଦ୍ୱାରା ୯୦ ତମ ଉକôଳ (ଓଡିଶା) ଦିବସ ମହା ସମାରୋହରେ ନୂଆବଜାର ଭାଗବତ ମଣ୍ଡପରେ ପାଳିତ ହୋଇ ଯାଇଛି । ଓଡିଶାର ସୀମା ଭିତରକୁ ପଡୋଶୀ ରାଜ୍ୟମାନେ ଯେମିତି ଅନୁପ୍ରବେଶ କରି ବେଆଇନ ନିର୍ମାଣ କାର୍ଯ୍ୟ କରୁଛନ୍ତି, ଓଡିଶାର ସୀମା କ୍ରମଶଃ ସଂକୁଚିତ ହେବାରେ ଲାଗିଛି । ତାର ସୁରକ୍ଷା ପାଇଁ ସଚେତନ ହେବାର ସମୟ ଆସିଛି । ରାଜ୍ୟରେ ଯେମିତି ପଶ୍ଚିମ, ଉତ୍ତର, ପୂର୍ବ ଅଂଚଳର ଉନ୍ନୟନ ପାଇଁ ଉନ୍ନୟନ ପରିଷଦ ଗଠନ କରାଯାଇଛି, ସେମିତି ଯଥାଶୀଘ୍ର ସୀମା ସୁରକ୍ଷା କମିଶନ ଗଠନ ପାଇଁ ମତ ରଖିଛନ୍ତି ବକ୍ତା । ଜିଲ୍ଲା ସଭାନେତ୍ରୀ ଡ. ଝରଣା ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ମୁଖ୍ୟଅତିଥି, ମୁଖ୍ୟବକ୍ତା ପ୍ରାଧ୍ୟାପିକା ଡ. ମମତା ସାହୁ, ଅଧ୍ୟାପକ ଦତ୍ତାତ୍ରେୟ ଦାସ ଯୋଗ ଦେଇଥିବା ବେଳେ ସମ୍ପାଦକ ଅଜୟ ନାୟକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଅଧିବକ୍ତା ଗଦାଧର ବଳ ଅତିଥିଙ୍କୁ ମଞ୍ଚ ଆହ୍ୱାନ କରିଥିବା ବେଳେ, ବାବୁଲାଲ ଦାସ ଅତିଥି ପରିଚୟ ଓ ଚର୍ଚ୍ଚିକା ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ. ଅନ୍ୟମାନଙ୍କ ମଧ୍ୟରେ ଅନାଦି ଦାସ, ପ୍ରାଧ୍ୟାପିକା ପ୍ରଭାତ ନଳିନୀ ମହାପାତ୍ର, ଇଂ ଅଖିଳ ମୋହନ ପାଢ଼ୀ, ହୃଦାନନ୍ଦ ପାଣିଗରାହୀ ପ୍ରମୁଖ ନିଜ ନିଜର ମତ ରଖିଥିଲେ । ସେହିପରି ବରିଷ୍ଠ ନାଗରିକ ସଂଘ ଚରମ୍ପା ଦ୍ୱାରା ଉକ୍ରଳ ଦିବସ  ଗଗନ ବିହାରୀ ରାଉତଙ୍କ ସଭାପତିତ୍ୱରେ ପାଳିତ ହୋଇଛି । ସଂଘ କାର୍ଯ୍ୟକାରୀ ସଭାପତି ପଦ୍ମଲୋଚନ ମହାଳିକ, ବାବୁଲାଲ ଦାସ ସମ୍ପାଦକ କୈଳାଶ ମହାପାତ୍ର କୋଷାଧ୍ୟକ୍ଷ ସୁଦର୍ଶନ ବିଶ୍ୱାଳ, ଉପସଭାପତି ନରସିଂହ ମିଶ୍ର, ପିତାମ୍ବର ରାଉତ, ରତ୍ନାକର ମଲ୍ଲିକ ଭାଷା ଭିତିକ ରାଜ୍ୟ ଆମ ଓଡିଶା ଗଠନ ର ଅବତାରଣା କରିଥିଲେ । ବରିଷ୍ଠ ନାଗରିକ ସଙ୍ଘ ଗଠନ ଉପରେ ତାରାମଣି ଦାଶ, ସରୋଜ ତ୍ରିପାଠୀ,କାଳନ୍ଦୀ ପାତ୍ର, ପୀତବାସ ଜେନା, ଗଣପତି ପାଣିଗ୍ରାହୀ, ଗୋବିନ୍ଦ ପରିଡା, ଆନନ୍ଦ ପାଣିଗ୍ରାହୀ, କେଦାରନାଥ ଗୁପ୍ତା, ଆନନ୍ଦ ମଲ୍ଲିକ, ଗୋପୀନାଥ ନାୟକ, ଜଗବନ୍ଧୁ ମହାନ୍ତି, ନରେନ୍ଦ୍ର ପଟ୍ଟନାୟକ,ରନôାକର ହାତୀ,ସୁରେନ୍ଦ୍ର ମିଶ୍ର,ବିଜୟ ସେନାପତି, ଶଶିକାନ୍ତ ଧଳ, ବିଶ୍ୱନାଥ ବେହେରା, ଅଭିମନୁ୍ୟ ବେହେରା, ବରଦା ପଣ୍ଡା, ଅମର ନାଥ ସାହୁ, ବିଜୟ ପଣ୍ଡା ଆଲୋକପାତ କରିଥିଲେ । ଶେଷରେ ବୀରେନ୍ଦ୍ର ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ।
ରାଜନଗର: ରାଜନଗର ବ୍ଲକ ବିଜୁ ଜନତାଦଳ ପକ୍ଷରୁ ଉକ୍ରଳ ଦିବସ ପାଳିତ ହୋଇଛି  । ବିଜେଡି ସଭାପତି ନିରଞ୍ଜନ ରାଉତଙ୍କ ନେତୃତ୍ୱରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର, ବିଜେଡି ନେତା ଦେବେନ୍ଦ୍ର ଜେନା, କୈଳାସ ପରିଡା, ବିଜୟ ନାୟକ, ଗୋବର୍ଦ୍ଧନ ପ୍ରଧାନ, ଅଶୋକ ମହାନ୍ତି, ସୁଶ୍ରୀସଙ୍ଗୀତା ମିଶ୍ର, ସୁମିତ୍ରା ସେଠୀ, ସଞ୍ଜୟ ସ୍ୱାଇଁ, ପ୍ରମୋଦ ପ୍ରଧାନ, ଦିଲ୍ଲୀପ ପାତ୍ର, ମନୋଜ ସ୍ୱାଇଁ, ରଞ୍ଜନ ମହାନ୍ତି, ଅଶୋକ ପ୍ରଧାନ, ଶରତ ପ୍ରଧାନ, ବିଚିତ୍ର ମଳିକ, ନାରାୟଣ ଦାସ, ଦାମୋଦର ମହାନ୍ତି ପ୍ରମୁଖ ଯୋଗଦେଇ ଶ୍ରୀ ଜଗନ୍ନାଥ କଲେଜ ପରିସରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି, ବିଜୁ ପ୍ରମୋଦ ଉଦ୍ୟାନରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି, ବ୍ଲକ ପରିସରରେ ଥିବା ମହାତ୍ମାଗାନ୍ଧୀ, ଡ. ବି.ଆର ଆମ୍ବେଦକର ଓ ତ୍ରିନାଥ ବାଜରସ୍ଥିତ ବିଜେଡି କାର୍ଯ୍ୟାଳୟରେ ଥିବା ସ୍ୱର୍ଗତ ନଳିନୀକା ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ପାରାଦୀପ: ଇଣ୍ଡିଆନ ଅଏଲ୍ ପାରାଦୀପ ରିଫାଇନରୀରେ ଉକ୍ରଳ ଦିବସ ପାଳନ ହୋଇଛି । ଉତ୍ସବକୁ ସମ୍ବୋଧିତ କରି କାର୍ଯ୍ୟକାରୀ ନିଦେ୍ର୍ଦଶକ ତଥା ରିଫାଇନରୀ ପ୍ରମୁଖ କୌଶିକ ବସୁ କହିଛନ୍ତି ଯେ, ପାରାଦୀପ ରିଫାଇନରୀ ଓଡ଼ିଶାର ଏକ ଅଂଶ ହୋଇଥିବାରୁ ଗର୍ବିତ ଏବଂ ରାଜ୍ୟର ଅଭିବୃଦ୍ଧି ତଥା ବିକାଶ ପାଇଁ ସର୍ବଦା ପ୍ରତିଶ୍ରୁତିବଦ୍ଧ । ସେ ଓଡ଼ିଶାର ସମସ୍ତ ମହାପୁରୁଷଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଏବଂ ଗଭୀର ସମ୍ମାନ ପ୍ରଦାନ କରିଥିଲେ । ଯାହାଙ୍କ ଅବଦାନ ଏବଂ ବଳିଦାନ ଓଡିଶା ରାଜ୍ୟର ସୃଷ୍ଟି ଓ ଗଠନରେ ସହାୟକ ହୋଇଥିଲା । ଉକôଳ ଜ୍ୟୋତି ଅଫିସର୍ସ ୱାଇଭ୍ସ କ୍ଲବ୍ ପକ୍ଷରୁ ଓଡ଼ିଶାର ରାଜ୍ୟ ସଂଗୀତ "ବନେ୍ଦ ଉକôଳ ଜନନୀ’ ପରିବେଷଣ କରାଯାଇଥିଲା । ଏହା ପରେ ରାଜ୍ୟର କଳା ଏବଂ ସଂସ୍କୃତିର ସମୃଦ୍ଧିକୁ ପ୍ରଦର୍ଶିତ କରୁଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶମ୍ଭୁ ଚକ୍ରବର୍ତ୍ତୀ, ମୁଖ୍ୟ ମହାପ୍ରବନ୍ଧକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମ୍ମାନିତଅତିଥି, ସମସ୍ତ କଳାକାର, କର୍ମଚାରୀ ଏବଂ ସେମାନଙ୍କ ପରିବାରର ସଦସ୍ୟଙ୍କୁ ସ୍ୱାଗତ କରିଥିଲେ । ଧର୍ମେଶ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।