ପଟ୍ଟାମୁଣ୍ଡାଇରେ ପିଛା ଛାଡୁନି ବିବାଦ: ମାଆ ଗାଳିଦେବାରୁ ନାବାଳିକାଙ୍କ ଆତ୍ମହତ୍ୟା

 ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ଅଞ୍ଚଳ ପ୍ରତି ସତେ ଯେମିତି କାହାର ଅଶୁଭ ଦୃଷ୍ଟି ପଡିଛି । ଗତ କିଛି ଦିନ ହେଲା ବିବାଦ ପଟ୍ଟାମୁଣ୍ଡାଇ ପିଛା ଛାଡୁନାହିଁ । ଗୋଟିଏ ପରେ ଗୋଟିଏ ବିବାଦୀୟ ଘଟଣା ଘଟି ଚାଲିଛି । ଗତ ୬ ତାରିଖରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡପଡା ପଞ୍ଚାୟତ କାଠିଆପଡା ଗ୍ରାମର କଲେଜ ଛାତ୍ରୀ ଆତ୍ମହୁତି ଘଟଣା ଲୋକଙ୍କ ମନରୁ ନଲିଭୁଣୁ ଆଜି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ମାଟିଆ ଗ୍ରାମରେ ଜଣେ ନାବାଳିକା ସ୍କୁଲ ଛାତ୍ରୀ ବେକରେ ଓଢଣୀ ଗୁଡ଼ାଇ ଆତ୍ମହତ୍ୟା କରିଛନ୍ତି । ଏହି ଘଟଣା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଖବର ପାଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୁଲିସ ସାଇଣ୍ଟିଫିକ ଟିମ ସହିତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରକାଶ ଯେ, ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ତଥା ଆଦର୍ଶ ଥାନା ଅନ୍ତର୍ଗତ ମାଟିଆ ଗ୍ରାମର ପ୍ରକାଶ ଗିରିଙ୍କ ୧୩ବର୍ଷ ବୟସ୍କା ନାବାଳିକା ଝିଅ ପ୍ରତ୍ୟାଶା ପ୍ରିୟଦର୍ଶନୀ ଗିରି ଆଜି ନିଜ ବେକରେ ଓଢଣୀ ଗୁଡ଼ାଇ ଆତ୍ମହତ୍ୟା କରିଛନ୍ତି । ସେ ପଟ୍ଟାମୁଣ୍ଡାଇ ବାଳିକା ହାଇସ୍କୁଲରେ ୯ମ ଶ୍ରେଣୀରେ ପଢୁଥିଲା । ସେ ସ୍କୁଲ ଯିବାକୁ ଅରାଜି ଥିଲା ଓ ସ୍କୁଲ ନଯିବାରୁ ତା ମା ତାକୁ ଗାଳିଦେଇଥିଲେ । ପରେ ନିଜ ବେକରେ ଓଢଣୀ ଗୁଡ଼ାଇ ଘର ଆଜବେଷ୍ଟ ଲୁହା ପାଇପରେ ଓହଳି ପଡି ଆତ୍ମହତ୍ୟା କରିଛନ୍ତି । ଏହି ଘଟଣା ପରିବାର ଲୋକମାନେ ଜାଣିବା ପରେ ତାକୁ ତୁରନ୍ତ ପଟ୍ଟାମୁଣ୍ଡାଇ ସବ ଡିଭିଜନ ହସ୍ପିଟାଲ ଆଣିଥିଲେ । କିନ୍ତୁ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଖବର ପାଇ ଏସ ପିଙ୍କ ର୍ନିେଶରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିକାରୀ ବନ୍ଦନା ପାତ୍ର ସାଇଣ୍ଟି ଫିକ ସହିତ ଘଟଣା ସ୍ଥଳରେ ପହଂଚି ଛାନଭିନ ଆରମ୍ଭ କରିଛି । ସ୍ଥାନୀୟ ପୁଲିସ ଥାନା କେଶନଂ ୧୭/୨୫ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରି  ତଦନ୍ତ ଆରମ୍ଭ କରିଛି ।