ପ୍ରବେଶ ଉତ୍ସବ ଓ ବିଦାୟକାଳୀନ ସମ୍ବର୍ଦ୍ଧନା

ବନ୍ତ : ଛୟାଳସିଂହ ପଞ୍ଚାୟତ ସରକାରୀ ସଂଯୁକ୍ତ ଉପ୍ରା ବିଦ୍ୟାଳୟ ମଙ୍ଗୁଳିରେ ପ୍ରବେଶ ଉତ୍ସବ ଖଡିଛୁଆଁ ଓ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦ୍ୱାରା ଶିଶୁବାଟିକା ପିଲାଙ୍କୁ ଖଡିଛୁଆଁ କାର୍ଯ୍ୟକ୍ରମ ଓ ପ୍ରବେଶ ଉସôବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷକ ହୃଷିକେଶ ଦାସଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରଧାନଶିକ୍ଷକ ରମାକାନ୍ତ ରାଉତଙ୍କ ସଭାପତି ଓ ସୁକାନ୍ତ ବେହେରାଙ୍କ ମଞ୍ଚ ସଂଚାଳନ କରିଥିଲେ । ମୁଖ୍ୟଅତିଥି ବନ୍ତ ଗୋଷ୍ଠୀ ଶିକ୍ଷାଅଧିକାରିଣୀ ଡ. ସୁକିର୍ତ୍ତୀ କର, ମୁଖ୍ୟବକ୍ତା ଏବିଡିଓ ନିଶିକାନ୍ତ ଖୁଣ୍ଟିଆ, ସମ୍ମାନିତଅତିଥି ବନ୍ତ ବ୍ଲକ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ହରେକୃଷ୍ଣ ଆପଟ୍ଟ, ସରପଞ୍ଚ ସତ୍ୟଭାମା ଧଳ, ସମିତିସଭ୍ୟା ନିରୁପମା ରାଉତ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷାବିତ ଅଲେଖ ଚନ୍ଦ୍ର ନାୟକ, ସରମରା ପୁରୁଷୋତ୍ତମ ବିଦ୍ୟାମନ୍ଦିର ପ୍ରଧାନଶିକ୍ଷୟିତ୍ରୀ ମମତା ରାଣୀ ମଲ୍ଲିକ, ପ୍ରାକ୍ତନ ସାଧନ କେନ୍ଦ୍ର ସଂଯୋଜଜ ରାମଚନ୍ଦ୍ର ଜେନା, ପରିଚାଳନା କମିଟି ସଭାପତି ହରେକୃଷ୍ଣ ପରିଡ଼ା, ୱାର୍ଡ ସଭ୍ୟା ବୀଣାପାଣି ଘଡାଇ ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟର ଶିକ୍ଷକ ହୃଷିକେଶ ଦାସଙ୍କୁ ପ୍ରଶଂସା କରିଥିଲେ । ଶିକ୍ଷକ ଅମର ଚରଣ ସ୍ୱାଇଁ ଅତିଥି ପରିଚୟ, ମହାମାୟା ଜେନା ଧନ୍ୟବାଦ ପ୍ରଦାନ କରିଥିଲେ । ଶିକ୍ଷୟିତ୍ରୀ ବିଦୁ୍ୟତପ୍ରଭା ମଲ୍ଲିକ, ଅନୁସୟା ଜେନା,ଗୁଣନିଧି ଘଡ଼ାଇ, ପ୍ରୀତିଲତା ପରିଡ଼ା, କବିତା ଜେନା, ଅଞ୍ଜନବାଳା ରାଉତ, ରଞ୍ଜିତା ବଳ, ମାଳତୀ ଜେନା, ବାସୁଦେବ ଜେନା, ଶୁଭକିଙ୍କର ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।