ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ସଚିବ  

ଖୋର୍ଦ୍ଧା:  ଖୋର୍ଦ୍ଧା ଜିଲ୍ଲା ଉନ୍ନୟନ ତଦାରଖରେ ଥିବା    ରାଜ୍ୟ ସରକାରଙ୍କ ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ ବେଗୁନିଆ ଓ ବୋଲଗଡ଼ ବ୍ଲକର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପରିଦର୍ଶନ କରିଥିଲେ । ଗତ ମଙ୍ଗଳବାର ଠାରୁ ତିନିଦିନିଆ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଆସି ଆଜି ବେଗୁନିଆ ଓ ବୋଲଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରି ନୂତନ ଭାବେ ଚାଲୁରହିଥିବା ପ୍ରକଳ୍ପ ଗୁଡିକର ନିର୍ମାଣ କାର୍ଯ୍ୟ ବୁଲିଦେଖିଥିଲେ ବାସହ ଉପୁଜୁଥିବା ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରି ପ୍ରକଳ୍ପ କାର୍ଯ୍ୟ ଆଗେଇନେବାକୁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ବେଗୁନିଆ ବ୍ଲକ କୁଶପଲ୍ଲା ଠାରେ ୧୮୮ କୋଟି ୧୫ ଲକ୍ଷ ବ୍ୟୟ ଅଟକକଳରେ  ନବ ନିର୍ମିତ ବୃହତ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରି ଉପୁଜୁଥିବା ସମସ୍ୟା ସମ୍ବନ୍ଧରେ ଅଧିକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ଜଳଯୋଗଣ ଓ ପରିମଳ ରଶ୍ମିତା ଦାସ ଙ୍କୁ ପଚାରି ବୁଝି ସମାଧାନ ନିମନ୍ତେ ନିଦେ୍ର୍ଧଶ  ଦେଇଥିଲେ । ମହାନଦୀ ରୁ ପାଣି ଉଠାଇବା, ପାଇପ ଲାଇନ ସଂଯୋଗ, ଜମି ଜମା ସମସ୍ୟା, ଶ୍ରମିକ ନିଜୁକ୍ତି , ଶ୍ରମିକ ମାନଙ୍କୁ ତାଲିମ ଦେଇ କାର୍ଯ୍ୟ କରାଇବା, କାର୍ଯ୍ୟର ମାନ ଉତ୍ତମ ମାନର ହେବା, ଶ୍ରମିକ ମାନଙ୍କ ରେଜିଷ୍ଟର ଉପଯୁକ୍ତ ଭାବେ ପ୍ରସ୍ତୁତ କରିବା, ଅଂଚଳରେ ଥିବା ଶ୍ରମିକ କାର୍ଡ ଧାରୀଙ୍କୁ ଶ୍ରମ ପ୍ରଦାନ କରିବା ଓ ଶ୍ରମିକ କାର୍ଡ ଜାଞ୍ଚ କରିବାକୁ  ଶ୍ରମ ଅଧିକାରୀ, ମଣ୍ଡଳ ଉନ୍ନୟନ ଅଧିକାରୀ ଏବଂ ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିଦେ୍ର୍ଧଶ ଦେଇ ଆସନ୍ତା ୯ ମାସ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ସମ୍ପୃକ୍ତ ଅଧିକ୍ଷଣ ଯନ୍ତ୍ରୀ ଓ ଏଲ ଆଣ୍ଡ ଟି କମ୍ପାନୀକୁ କହିଥିଲେ । ଉକ୍ତ ପାନୀୟ ଜଳ ପ୍ରକଳ୍ପରେ ବେଗୁନିଆ ବ୍ଲକର ୫ ଗୋଟି ପଂଚାୟତ ସମେତ, ଖୋର୍ଦ୍ଧା ଓ ଜଟଣୀ ବ୍ଲକର  ସମସ୍ତ ପଞ୍ଚାୟତବାସୀ ଉପକୃତ ହୋଇପାରିବେ । ପ୍ରମୁଖ ଶାସନ ସଚିବ  ରାଧାକାନ୍ତ ପୁର ଗ୍ରାମ ପଂଚାୟତ ଅଧୀନ ଧାନଘର ନୂଆଗାଁ ଗ୍ରାମ ପରିଦର୍ଶନ କରି ସଫଳ ଉଦ୍ୟାନ ଚାଷୀ ଶୁଶାନ୍ତ ପ୍ରଧାନଙ୍କୁ ଭେଟି ବିଭିନ୍ନ ଚାଷ ପଦ୍ଧତି ଓ କୌଶଳ ସମ୍ବଦ୍ଧରେ ପଚାରି ବୁଝିବାସହ  ଅଧିକରୁ ଅଧିକ ଚାଷ ପଦ୍ଧତିକୁ ଯୁବକ ମାନେ କିପାରି ଆପେଣେଇବେ ସେ ସମ୍ବନ୍ଧରେ ସହକାରୀ ର୍ନିେଶକ, ଉଦ୍ୟାନ କୃଷିଙ୍କୁ ନିଦେ୍ର୍ଧଶ  ଦେଇଥିଲେ । ଏଥିସହ ଚାଷୀଙ୍କ ପାଣିର ସୁବିଧା ନିମନ୍ତେ ଗ୍ରାଉଣ୍ଡ ୱାଟର ବୋର୍ଡ ସହ ପରାମର୍ଶ କରି ପାଣି ଯୋଗାଇବା, କେନାଲରେ କଲଭର୍ଟ ନିର୍ମାଣ କରିବାକୁ ର୍ନିେଶ ଦେଇଥିଲେ ସେହିପରି ସଏଲ ହେଲଥ କାର୍ଡ ଆପେଣେଇବାକୁ ପ୍ରମୁଖ ଶାସନ ସଚିବ ଶୁଶାନ୍ତ ପ୍ରଧାନକୁ ପରାମର୍ଶ ଦେଇ ତାଙ୍କର ଉଦ୍ୟାନ କୃଷିକୁ ଭୁୟସୀ ପ୍ରସଂଶା କରିଥିଲେ ପ୍ରମୁଖ ଶାସନ ସଚିବ ଅରୁମୁଗମ ଧଳାପଥର  ଉତ୍ପାଦନକାରୀ ଗୋଷ୍ଠୀଙ୍କ କାର୍ଯ୍ୟ ସହ, ଗେଡିଆପଲି ଗ୍ରାମରେ ଜିଲ୍ଲାର ପ୍ରଥମ ଗ୍ରାମୀଣ ଶିଳ୍ପ ପାର୍କକୁ ବୁଲି ଦେଖିଥିଲେ  । ସେଠାରେ କାର୍ଯ୍ୟରତ ମହିଳାଙ୍କ ସହ ଆଲୋଚନା କରି ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ  । ପ୍ରମୁଖ ଶାସନ ସଚିବଙ୍କ ସହ ଜିଲ୍ଲାପାଳ,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତିଶଙ୍କର ସାହୁ, ସହକାରୀ ର୍ନିେଶକ, ଉଭୟ ବ୍ଲକର ବିଡ଼ିଓ ଏବଂ ତହସିଲଦାର ପ୍ରମୁଖ ଯୋଗଦେଇଥିଲେ ।