ସ୍ୱତନ୍ତ୍ର ରିଲିଫ କମିଶନର ଓ ଜିଲ୍ଲାପାଳଙ୍କ ନିଦେ୍ର୍ଦଶ : ଚାଷୀ ଆତ୍ମହତ୍ୟା ଘଟଣାର ହେବ ଉଚ୍ଚସ୍ତରୀୟ ତଦନ୍ତ

 ଯାଜପୁର : ଋଣଯନ୍ତାରେ ପଡ଼ି  ଯୁବ ଚାଷୀ ଆତ୍ମହତ୍ୟା ଘଟଣାର ହେବ ଉଚ୍ଚସ୍ତରୀୟ ତଦନ୍ତ । ସ୍ୱତନ୍ତ୍ର ରିଲିଫ କମିଶନ ଏବଂ ଜିଲାପାଳ ଏନେଇ ନିଦେ୍ର୍ଦଶ ଦେଇଛନ୍ତି । ଧର୍ମଶାଳାର ଯୁବଚାଷୀ ତଥା ସାମ୍ବାଦିକ ତୃଷାର ଖଣ୍ଟିଆ ଆତ୍ମହତ୍ୟା ଘଟଣାକୁ ନେଇ ଯୁବନେତା ସତୀଶ ବିଶ୍ୱାଳ ମୁଖ୍ୟ ଶାସନ ସଚିବ ଏବଂ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସରକାର କୃଷି ଓ କୃଷକଙ୍କ ବିକାଶ ଓ ବେକାର ଯୁବକଙ୍କ ଆତ୍ମ ନିଯୁକ୍ତି ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । ହେଲେ ବ୍ୟାଙ୍କ ଗୁଡିକର ସ୍ୱେଚ୍ଛାଚାରିତା ପାଇଁ ଅନେକ ଯୁବଚାଷୀ ସର୍ବସାନ୍ତ ହେଉଛନ୍ତି । ଏହି କାରଣରୁ ଋଣ ଶୁଝି ନପାରି ଯୁବଚାଷୀ ତୃଷାର ଆତ୍ମହତ୍ୟା କରିଛନ୍ତି ବୋଲି ଅଭିଯୋଗ ଉପସ୍ଥାପନ କରିବା ପରେ ସ୍ୱତନ୍ତ୍ର ରିଲିଫ କମିଶନ ଏବଂ ଯାଜପୁର ଜିଲାପାଳ ଘଟଣାର ତଦନ୍ତ ନିଦେ୍ର୍ଦଶ ଦେଇଛନ୍ତି ।ସ୍ୱତନ୍ତ୍ର ରିଲିଫ କମିଶନଙ୍କ ତରଫରୁ ଯୁଗ୍ମ ସଚିବସ୍ନିଗ୍ଧା ଚମ୍ପତିରାୟ ତା୩ା୪ା୨୫ ରିଖରେ ପତ୍ର ନଂ-୧୫୯୭ କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ପ୍ରଦାନ କରି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିଦେ୍ର୍ଦଶ ଦେଇଛନ୍ତି । ସେହିପରି ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ସତୀଶ କରିଥିବା ଅଭିଯୋଗ ନେଇ ଜିଲାପାଳ ପି. ଅନ୍ୱେଷା ରେଡି ଘଟଣାକୁ ଗୁରୁତ୍ୱ ପ୍ରଦାନ କରି ଏଥିନେଇ ତୁରନ୍ତ ପଦକ୍ଷେପ ପାଇଁ ନିଦେ୍ର୍ଦଶ ପ୍ରଦାନ କରିଛନ୍ତି । ଜିଲାପାଳଙ୍କ ନିଦେ୍ର୍ଦଶ ଅନୁସାରେ ଜିଲା ମୁଖ୍ୟ କୃଷି ଅଧିକାରୀ ପତ୍ର ନଂ ୧୯୯୧ ୭ା୪ା୨୫ ତାରିଖରେ ବିଡିଓ ଧର୍ମଶାଳା, ତହସିଲଦାର, ବ୍ଲକ୍ କୃଷି ଅଧିକାରୀ, ପଶୁଚିକିତ୍ସା ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି । ଏହି ପ୍ରସଙ୍ଗକୁ ଅତ୍ୟନ୍ତ ଜରୁରୀ ମନେକରି ୫ଦିନ ମଧ୍ୟରେ ମିଳିତ ଭାବେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଦର୍ଶାଇଛନ୍ତି । ଅଭିଯୋଗରୁ ପ୍ରକାଶ, କୁମାରୀ ପଞ୍ଚାୟତ ଦେଉଳିପାଳ ଗ୍ରାମର ଯୁବକ ତୁଷାର  ଏବଂ ତାଙ୍କ ପତ୍ନୀ ସସ୍ମିତା ସଫଳ ଚାଷୀ ହୋଇଥିଲେ ମଧ୍ୟ ସ୍ଥାନୀୟ ଜାରକା ଗ୍ରାମ୍ୟବ୍ୟାଙ୍କ ତରଫରୁ ତାଙ୍କୁ କୁକୁଡା ଚାଷ ପାଇଁ ଋଣ ପ୍ରଦାନ କରାଯାଇ ନଥିଲା । ଏଥିନେଇ ୨୦୨୧ ମସିହାରେ ଅର୍ଥ ସଚିବଙ୍କ ଦୃଷ୍ଟି ଆକର୍ଷଣ ପରେ ସଚିବଙ୍କ ହସ୍ତକ୍ଷେପ ପରେ ଗ୍ରାମ୍ୟବ୍ୟାଙ୍କ ତରଫରୁ ତୁଷାରଙ୍କ ପନôୀ ସସ୍ମିତାଙ୍କୁ ଋଣ ପ୍ରଦାନ କରାଯାଇ ଥିଲା । ପ୍ରଧାନମନ୍ତ୍ରୀ କୃଷି ଯୋଜନାରେ ତାଙ୍କର ୭ ଲକ୍ଷ ୫୦ ହଜାର ଟଙ୍କା ଋଣ ମଂଜୁର ହୋଇଥିଲେ ମଧ୍ୟ ଗ୍ରାମ୍ୟବ୍ୟାଙ୍କ ତରଫରୁ ତାଙ୍କୁ ୫ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଗଲା । ଅବଶିଷ୍ଟ ଟଙ୍କା ପ୍ରଦାନ କରାଯାଇନଥିଲା । ଋଣରେ କୌଣସି ପ୍ରକାର ସିକୁରିଟ ଜମା କିମ୍ବା ବ୍ୟାଙ୍କ ଗ୍ୟାରେଂଟିର ବ୍ୟବସ୍ଥା ନଥିଲେ ମଧ୍ୟ ଗ୍ରାମ୍ୟବ୍ୟାଙ୍କ କର୍ତୃପକ୍ଷ ୭୦ହଜାର ଟଙ୍କା ସିକୁରିଟ ଜମା ନେବା ସହ ତୁଷାରଙ୍କ ସମସ୍ତ ଘରବାଡି ବ୍ୟାଙ୍କ ଗ୍ୟାରେଣ୍ଟି ଆକାରରେ ନେଇଥିଲେ ।
୫ ଲକ୍ଷ ଟଙ୍କାର ଋଣ ପ୍ରଦାନ କରି ୯ ଲକ୍ଷ ଟଙ୍କାର ଘରବାଡି ବନ୍ଧକ ରଖିଲେ ।  କୁକୁଡାମାନେ ରହିବାକୁ ଉନ୍ନତମାନର ଗୃହ ନିର୍ମାଣରେ ୩ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ହୋଇଥିଲା । ଋଣ ମଂଜୁରୀ ପରେ ଆକାଉଂଟରେ ଥିବା ଋଣ ୨ ଲକ୍ଷ ୫୦ ହଜାର ଟଙ୍କା ଉଠାଇ ପ୍ରକଳ୍ପରେ ଖର୍ଚ୍ଚ କରିବା କଥା । ହେଲେ ବ୍ୟାଙ୍କ ଏହି ଟଙ୍କା ଉଠାଇ ଦେଲାନାହିଁ । ଏହାପରେ କୁକୁଡା କିଣିବାକୁ ଟଙ୍କା ଦେବାକୁ ବ୍ୟାଙ୍କ ମନା କରିଦେଲେ । ତୁଷାରଙ୍କ ପନôୀ ଏଥିପାଇଁ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀରୁ ୨ ଲକ୍ଷ ୫୦ ହଜାର ଟଙ୍କା କରଜ କରି କୁକୁଡା କିଣିଲେ । ଆନ୍ଧ୍ରରୁ ଆସିଥିବା କୁକୁଡା ଗୁଡିକ ତୁରନ୍ତ ଅଣ୍ଡା ଦେବାକଥା । ହେଲେ ଦୀର୍ଘଦିନ ଅଣ୍ଡା ନଦେବାକୁ ସେମାନଙ୍କ ପିଛା ଦାନା ଦେବାରେ ଲକ୍ଷାଧିକ ଟଙ୍କା ବ୍ୟୟ ହୋଇଥିଲା । ଏବାବଦରେ କୌଣସି ଲାଭମିଳି ନଥିଲା । ଏହି ଦାନା କିଣିବାରେ ସସ୍ମିତାଙ୍କ ସମସ୍ତ ସୁନା ବନ୍ଧା ପଡି ଯାଇଥିଲା । ସ୍ୱୟଂ ସହାୟକ ଗୋଷ୍ଠୀର ଅର୍ଥ ଶୁଝି ନ ପାରିବାରୁ ତୁଷାରଙ୍କୁ ଗତ ୨୬ା୫ା୨୪ ତାରିଖରେ କେତେକ ଲୋକମାଡ ମାରି ତାଙ୍କର ହାତ ଭାଙ୍ଗିଦେଲେ ଏବଂ ମୁଣ୍ଡ ଫଟାଇ ଦେଲେ । ଏହାର ପ୍ରତିବାଦରେ ତୁଷାର ଓ ସସ୍ମିତା ଯାଜପୁର ଏସପି, ମାନବାଧିକାର କମିଶନ ଓ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏଥିନେଇ ମଧ୍ୟ ତୁଷାର ଓ ସସ୍ମିତାଙ୍କ ତରଫରୁ ଧର୍ମଶାଳା ଥାନାରେ ଏତଲା ପ୍ରଦାନ କରାଯାଇଛି । କୁକୁଡା ଯଥା ସମୟରେ ଅଣ୍ଡା ନଦେବା ଏବଂ କରୋନା ସମୟରେ ବ୍ୟବସାୟୀକ କ୍ଷତି ସହ ଏଭଳି ବିବାଦୀୟ ପରିସ୍ଥିତି ପାଇଁ କୁକୁଡା ବ୍ୟବସାୟ କ୍ଷତିଗ୍ରସ୍ତ ହୋଇ ବନ୍ଦ ହୋଇଗଲା । ଋଣ ଚାପ ସହି ନପାଣି ସସ୍ମିତା ଗତ ତା ୧୨ା୧୨ା୨୫ ମାର୍ଚ୍ଚରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଧର୍ମଶାଳା ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରରେ ସସ୍ମିତା ଆରୋଗ୍ୟ ଲାଭ ପରେ ଅଭାବ ଅନାଟନ ଓ ଋଣ ଚାପରୁ ଶାନ୍ତିରେ ବଂଚିବା ପାଇଁ ସସ୍ମିତାଙ୍କୁ ନେଇ ତାଙ୍କ ବାପ ଘରେ ତୁଷାର ଛାଡିଥିଲେ । ଏହାପରେ ତା୨ା୩ା୨୫ରିଖରେ ତୁଷାର ବିଷ ପିଇ ଆତ୍ମହତ୍ୟା କରିଥିଲେ । ତୁଷାରଙ୍କ ଏକମାତ୍ର ପୁଅ ରୁଦ୍ର ଡ୍ରିମସ କଲେଜରେ ବିସିଏ କୋର୍ସରେ ପାଠ ପଢୁଥିବା ବେଳେ ଅର୍ଥାଭାବ ଏକ୍ଷେତ୍ରରେ ବଡ ସମସ୍ୟା ହୋଇଛି । ତାଙ୍କର ପାଠ ପଢିବା ପାଇଁ ସରକାର ସହାୟତା ଯୋଗାଇ ଦେବାକୁ ସତୀଶ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଯାଜପୁର ଜିଲାପାଳଙ୍କୁ ନିବେଦନ କରିଛନ୍ତି ।