ବିଭିନ୍ନ ସ୍ଥାନରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

 ରାୟଗଡା : ଗୁଣପୁର ଉପଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି  । ଜିଲ୍ଲାପାଳ ପାରୁଲ ପଟୱାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ  ଆରକ୍ଷୀ ଅଧିକ୍ଷକ ସ୍ୱାଥି ଏସ୍ କୁମାର, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ରାୟଗଡ ଅକ୍ଷୟ କୁମାର ଖେମୁଣ୍ଡୁ, ଉପଜିଲ୍ଲାପାଳ କିରନଦୀପ କୌର ସହୋତା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଫୁଲ ପାଢୀ  ଯୋଗଦେଇ ଅଭିଯୋଗର ଶୁଣାଣୀ କରିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱସ୍ତିକ ଜମାଦାରଙ୍କ ତତ୍ୱାବଧାନରେ ପରିଚାଳିତ କାର୍ଯ୍ୟକ୍ରମରେ ୨୮ଟି ଅଭିଯୋଗର ଶୁଣାଣୀ ହୋଇଛି । ସେଥିରୁ ୧୭ଟି ବ୍ୟକ୍ତିଗତ, ୬ଟି ସାମୁହିକ, ପାଞ୍ଚଟି ସ୍ୱାସ୍ଥ୍ୟଗତ ଦରଖାସ୍ତ ପଞ୍ଜିକରଣ ହୋଇଥିଲା  । ମୋଟ ପାଞ୍ଚ ଜଣଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ୩୫ ହଜାର ଟଙ୍କାର ଆର୍ଥିକ ସାହାଯ୍ୟ ଜିଲ୍ଲାପାଳ ପ୍ରଦାନ କରିଥିଲେ । ଅନ୍ୟ ଅଭିଯୋଗ ଗୁଡିକୁ ତଦନ୍ତ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ଉପଖଣ୍ଡ ଆରକ୍ଷୀ ଅଧିକାରୀ ବାବୁଲି ନାୟକ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଷ୍ଣୁ ପ୍ରସାଦ କର, ଜିଲ୍ଲା ପ୍ରାଣିଧନ ଚିକତ୍ସାଧିକାରୀ ଡ. ମୃମୟ ପଣ୍ଡା, ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହକ, ଉଦ୍ୟାନ କୃଷି ନିଦେ୍ର୍ଦଶକ ଦୟାନିଧି ରାଉତ, ଜିଲ୍ଲା ପଞ୍ଚାୟତ ଅଧିକାରୀ ସୂର୍ଯ୍ୟ ନାରାୟଣ ମହାରଣା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରୀକାନ୍ତ ପାଣିଗ୍ରାହୀ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ, ଲିଡ୍ ବ୍ୟାଙ୍କ ମ୍ୟାନେଜର ଦେବେନ୍ଦ୍ର ବାଉରୀ, ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳ ସାମନ୍ତ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା, ଶିଶୁ ବିକାଶ ଯୋଜନା ଅଧିକାରୀ ସୁଷମା ପ୍ରସାଦ ଓ ଅନ୍ୟାନ୍ୟ ଅଧିକାରୀ ଯୋଗଦାନ କରି ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ । ସହକାରି ଜିଲ୍ଲାପାଳ ସସ୍ମିତା ପଟ୍ଟନାୟକ ଉପସ୍ଥିତ ଥିଲେ ।
ନୂଆପଡା 
ଖଡିଆଳ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷଠାରେ ନୂଆପଡା  ଜିଲ୍ଲାପାଳ ମଧୁସୂଦନ ଦାଶ ଓ  ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜିଆର୍ ରାଘବେନ୍ଦ୍ରଙ୍କ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି । ଶିବିରରେ ୧୦୬ ଟି ବିଭିନ୍ନ ଅଭିଯୋଗର ଶୁଣାଣି ଜିଲ୍ଲା ପ୍ରଶାସନ କରିଛନ୍ତି । ସେଥିରୁ ୮୮ ଟି ବ୍ୟକ୍ତିଗତ ଓ ୧୮ଟି  ଗୋଷ୍ଠିଗତ ଅଭିଯୋଗ ଥିଲା । ଏହି ସବୁ ଅଭିଯୋଗ ଉପରେ ଅତିଶିଘ୍ର ସମାଧାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ଅସହାୟ ବିଧବା ମହିଳା ସଂଗୀତା ବିଶି ଖଡିଆଳଙ୍କୁ ରେଡ୍କ୍ରସ୍ ପାଣ୍ଠିରୁ ୫ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଥିଲା । ଶୁଣାଣିରେ  ଜିଲ୍ଲାପାଳ ଓ ଏସ୍ପିଙ୍କ ସହିତ ବନଖଣ୍ଡ ଅଧିକାରୀ ଖଡ଼ିଆଳ ଅଜିଜ ଖାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡ. ମନୋଜ ସାହୁ,  ଜିଲ୍ଳା ପରିଷଦ ସଦସ୍ୟ ମାଲ୍ୟବନ୍ତ ସୁନା ପ୍ରମୁଖ ଉପସ୍ଥିତ ଥିଲେ । ଡେପୁଟି କଲେକ୍ଟର ଶେଖ୍ ନସିମ, ବିଡିଓ ନରସିଂହ ଗଡବା , ଅତିରିକ୍ତ ତହସିଲଦାର ତ୍ରିଲୋଚନ ନାୟକ, ଇଓ ଖରୀଆର ଏନ୍ଏସି ସ୍ୱାଧୀନ ମହାରଣା ପ୍ରମୁଖ ସହଯୋଗ କରିଥିଲେ । ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଯନ୍ତ୍ରୀ, ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ, ବ୍ଲକସ୍ତରୀୟ ଅଧିକାରୀ, କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତଥିଲେ । ଏହି ଅବସରରେ ବ୍ଳକ୍ ପରିସରରେ ବରିଷ୍ଠ ନାଗରିକଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ଶିବିର ଓ ସ୍ଥାନୀୟ ଡାକ୍ତରଖାନାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଛି ।
ଗୁଣପୁର/ରାୟଗଡା 
ଗୁଣପୁର ଉପ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲାପାଳ, ରାୟଗଡ଼ଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ପାରୁଲ ପଟୱାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଆରକ୍ଷୀ ଅଧିକ୍ଷକ ସ୍ୱାଥି ଏସ୍ କୁମାର, ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ରାୟଗଡ ଅକ୍ଷୟ ଖେମୁଣ୍ଡୁ, ଗୁଣପୁର ଉପଜିଲ୍ଲାପାଳ କିରନଦୀପ କୌର ସହୋତା, ଜିଲ୍ଲା ମୁଖ୍ୟ ଚିକିତ୍ସା ପ୍ରଫୁଲ ପାଢୀ ଯୋଗଦେଇ ଅଭିଯୋଗର ଶୁଣାଣି କରିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱସ୍ତିକ ଜମାଦାରଙ୍କ ତତ୍ୱାବଧାନରେ ପରିଚାଳିତ କାର୍ଯ୍ୟକ୍ରମରେ ମୋଟ ୨୮ଟି ଅଭିଯୋଗର ଶୁଣାଣୀ ହୋଇଥିବା ବେଳେ, ସେଥିରୁ ୧୭ଟି  ବ୍ୟକ୍ତିଗତ, ୬ଟି ସାମୁହିକ, ୫ଟି ସ୍ୱାସ୍ଥ୍ୟଗତ ଦରଖାସ୍ତ ପଞ୍ଜିକରଣ ହୋଇଥିଲା । ମୋଟ ପାଞ୍ଚ ଜଣଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ୩୫ ହଜାର ଟଙ୍କାର ଆର୍ଥିକ ସାହାର୍ଯ୍ୟ ଜିଲ୍ଲାପାଳ ପ୍ରଦାନ କରିଥିଲେ । ଶିବିରରେ ଗୁଣପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ବାବୁଲି ନାୟକ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଷ୍ଣୁ ପ୍ରସାଦ କର, ଜିଲ୍ଲା ପ୍ରାଣିଧନ ଚିକତ୍ସାଧିକାରୀ ଡ. ଦେବରାଜ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାୟକ, ଉଦ୍ୟାନ କୃଷି ନିଦେ୍ର୍ଦଶକ ଦୟାନିଧି ରାଉତ, ଜିଲ୍ଲା ପଞ୍ଚାୟତ ଅଧିକାରୀ ସୂର୍ଯ୍ୟ ନାରାୟଣ ମହାରଣା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ, ଲିଡ ବ୍ୟାଙ୍କ ମ୍ୟାନେଜର ଦେବେନ୍ଦ୍ର ବାଉରୀ, ଅବକାରୀ ଅଧିକ୍ଷକ ସନ୍ତୋଷ  ଧଳ ସାମନ୍ତ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା, ଶିଶୁ ବିକାଶ ଯୋଜନା ଅଧିକାରୀ ସୁଷମା ପ୍ରସାଦ ଓ ଅନ୍ୟାନ୍ୟ ଅଧିକାରୀ ଯୋଗ ଦେଇଥିଲେ । ଶୁଣାଣି ଅଧିକାରୀ ସସ୍ମିତା ପଟ୍ଟନାୟକ, ରାଜସ୍ୱ ସହାୟକ ଅଚୁ୍ୟତାନନ୍ଦ ଲିମା କନିଷ୍ଠ ରାଜସ୍ୱ ସହାୟକ ଲୋପାମୁଦ୍ରା ଶିବିର ପରିଚାଳନା କରିଥିବା ବେଳେ, ଥାନାଧିକାରୀ କେକେବିକେ କହଁର ଆଇନ ଶୃଙ୍ଖଳା ରକ୍ଷା କରିଥିଲେ ।
ବ୍ରହ୍ମପୁର/ଭଞ୍ଜନଗର 
ଜିଲ୍ଲାସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ଅନୁଷ୍ଠିତ ହୋଇଛି  ।ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ  ଦେବଦତ୍ତ ପଣ୍ଡା, ଭଞ୍ଜନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ ଦେ, ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ୧୮୪ଟି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ  ।   ବ୍ୟକ୍ତିଗତ ଅଭିଯୋଗ ୧୭୧ଟି ଥିବାବେଳେ, ଗ୍ରାମୀୟ ଅଭିଯୋଗ ୧୩ଟି ଥିଲା । ଅତିରିକ୍ତ ଜିଲ୍ଲାପାଳ ତ୍ୱରିତ ୬ଟି ଅଭିଯାଗର ଫଇସଲା କରିଥିଲେ । ଜଣକୁ ରେଡ୍କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଖାଉଟି କାର୍ଡ ବାର୍ଦ୍ଧକ୍ୟ ଭତ୍ତା, ଭୂମିହୀନଙ୍କ ପାଇଁ ବସୁନ୍ଧରା ଯୋଜନାରେ ଜାଗା ଆବଣ୍ଟନ ଉପରେ ମୁଖ୍ୟତଃ ଥିଲା । ଗ୍ରହଣ କରିଥିବା ଆବେଦନର ଶୁଣାଣି କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ପ୍ରେରଣ କରାଯାଇ ତୁରନ୍ତ ସମାଧାନ କରିବା ଦିଗରେ ଅତିରିକ୍ତ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗକୁ ନିଦେ୍ର୍ଦଶ ପ୍ରଦାନ କରିଥିଲେ । ଶୁଣାଣିରେ ଭଞ୍ଜନଗର ଡେପୁଟି କଲେକ୍ଟର ସୁମନ ଘୋଷ, ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ, ଭଞ୍ଜନଗର ଅତିରିକ୍ତ ତହସିଲଦାର ଅବିନାଶ ମହାର, ସହାୟକ ଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ର, ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ଡା, ଅତିରିକ୍ତ ଯୋଗାଣ ଅଧିକାରୀ ଅସିତ ମହାନ୍ତି, ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର, ଭଞ୍ଜନଗର ଉପଖଣ୍ଡ ସୂଚନା ଲୋକସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ଏବଂ ପ୍ରତ୍ୟେକ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।
ନବରଙ୍ଗପୁର/ଝରିଗାଁ
 ଝରି ଗାଁ ବ୍ଲକ ସମ୍ମିଳନୀ ଗୃହରେ  ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧିକ୍ଷକ ମଡକର୍ ସନ୍ଦୀପ ସମ୍ପତଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିରରେ  ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦର ୱାନ,ଉପ ଜିଲ୍ଲାପାଳ ନବରଙ୍ଗପୁର ପ୍ରକାଶ କୁମାର ମିଶ୍ର ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ  ଉପସ୍ଥିତ ଥିଲେ । ଏହି ଜନ ଶୁଣାଣିରେ ମୋଟ ୩୦ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ । ସେଥିମଧ୍ୟରୁ ୨୧ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୦୯ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା ।