ବିଭିନ୍ନ ସ୍ଥାନରେ ଯୋଗ ଦିବସ ପାଳିତ


ବଡ଼ସାହି    ସ୍ଥାନୀୟ ବଡ଼ସାହି ପଞ୍ଚାୟତ ସମିତି କଲେଜର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି  ।  ପ୍ରଫେସର ଫକୀର ଚରଣ ସାହୁଙ୍କ ପୌରହିତ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଗଗୁରୁ ଭାବେ ଯୋଗୀ ଫକୀରମୁନି ଉପସ୍ଥିତ ରହି ଯୋଗର ମହତ୍ତ୍ୱ ବୁଝାଇବା ସହ ଯୋଗାସନ ପ୍ରଦର୍ଶନ କରିଥିଲେ । ଏନଏସ୍ଏସ୍ ପ୍ରୋଗ୍ରାମ ଅଫିସର ଡ. ରିତୁ ଲତା ବିଶ୍ୱାଳ, ପ୍ରାଧ୍ୟାପକ ଡା. ଜୀବନ ପଣ୍ଡିତ, ଅଧ୍ୟାପକ ଗୁଲୁ ସୋରେନ, ଅନ୍ତର୍ଯ୍ୟାମୀ ବେରିଆ, ନିରଞ୍ଜନ ହେମ୍ବ୍ରମ୍, ସତ୍ୟବାନ୍ ଗୋଚ୍ଛାୟତ, ସନ୍ଧ୍ୟାରାଣୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ  । ଏନଏସଏସ କୋ-ୟୁନିଟ୍ର ସଂଯୋଜକ ଅଧ୍ୟାପକ ଶ୍ରବଣ ମହାପାତ୍ର ମଞ୍ଚ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।
ରାୟଗଡ଼ା    ରାୟଗଡ଼ା ଜିଲ୍ଲା ଟିକିରୀ ଅଧୀନ ଦୋରାଗୁଡ଼ା ସ୍ଥିତ ଉକ୍ରଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି  । କମ୍ପାନୀର ଉଭୟ ନୂଆପଡ଼ା ଓ ଓଷାପଡ଼ା ଟାଉନସିପ୍ ଠାରେ ଯୋଗ ଶିବିର ଅନୁଷ୍ଠିତ ହୋଇଛି  । ଏଥିରେ ଯୋଗ ପ୍ରଶିକ୍ଷକ ଅନିକେତ ଯୋଷୀ ଏବଂ ଅନିଶା ଯୋଗାସନ ଅଭ୍ୟାସ କରିବା ସହ ଅଂଶଗ୍ରହକାରୀଙ୍କୁ ଏହାର ଉପଦୟତା ସମ୍ପର୍କରେ ବୁଝାଇଥିଲେ  । ଚଳିତ ବର୍ଷର ଯୋଗ ଦିବସର ବିଷୟବସ୍ତୁ "ଏକ ସ୍ୱାସ୍ଥ୍ୟ ଓ ଏକ ପୃଥିବୀ ପାଇଁ ଯୋଗ’ ସମ୍ପର୍କରେ ମଧ୍ୟ ଯୋଗ ପ୍ରଶିକ୍ଷକ ଆଲୋକପାତ କରିଥିଲେ  । ଉଭୟ ଟାଉନ୍ସିପରେ ଆୟୋଜିତ ଏହି ଶିବିରରେ ୪୦୦ରୁ ଉର୍ଦ୍ଧ୍ୱ କମ୍ପାନୀ କର୍ମଚାରୀ ଯୋଗ ଦେଇଥିଲେ  । ଏହି ଅବସରରେ ଏଫ୍ଏଚ୍ ଅପରେସନ ଉତ୍ତମ ଗିରି, ଏଫଏଚ୍ ଟେକ୍ନିକାଲ ପୌଲ୍ ଗୁପ୍ତା, ଏଫ୍ଏଚ୍ ସୁରକ୍ଷା ବିଶ୍ୱଜିତ୍ ଜୋୱାରଦାର ଓ ସୁରକ୍ଷା ଏବଂ ଆଡ୍ମିନ ବିଭାଗ ମୁଖ୍ୟ ପରମଜିତ ବଜବା ଉପସ୍ଥିତ ଥିଲେ  । ସେହିପରି ଉକ୍ରଳ ଆଲୁମିନା କମ୍ପାନୀ ବାଫ୍ଲିମାଳି ଖଣି ପକ୍ଷରୁ ଯୋଗ ଦିବସ ପାଳିତ ହୋଇଯାଇଛି  । ଭାରତୀୟ ଖଣି ବୁ୍ୟରୋ ମାର୍ଗଦର୍ଶିକା ପାଳନ ସହ କର୍ମଚାରୀଙ୍କ ମଧ୍ୟରେ ସୁସ୍ଥ ସ୍ୱାସ୍ଥ୍ୟ ପ୍ରୋତ୍ସାହନ ପାଇଁ ଏହି ଦିବସ ପାଳିତ ହୋଇଛି  । ଏହି ଶିବିରରେ ବାଫ୍ଲିମାଳି ଖଣି ମୁଖ୍ୟ ବିଜୟ ଚୌହାନଙ୍କ ସହ ଖଣିର ଅନ୍ୟ କର୍ମଚାରୀମାନେ ମଧ୍ୟ ଯୋଗାସନ ଅଭ୍ୟାସ କରିଥିଲେ  । ଏଥିରେ ଦିଲ୍ଲୀପ ନନ୍ଦ ଓ ଅନିନ୍ଦିତା ମଣ୍ଡଳ ଉପସ୍ଥିତ ଥିଲେ  । ଅନ୍ୟପକ୍ଷେ ଓଷାପଡ଼ା ସ୍ଥିତ ଆଦିତ୍ୟ ବିର୍ଲା ପବ୍ଲିକ୍ ସ୍କୁଲ୍ ପକ୍ଷରୁ ଯୋଗ ଦିବସ ପାଳିତ ହୋଇଯାଇଛି  । ଏଥିରେ ସ୍କୁଲ ଅଧ୍ୟକ୍ଷ ଅନିରୁଦ୍ଧ ତିୱାରୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା  । 
ବାଲେଶ୍ୱର   କୁଅଁରପୁର ସ୍ଥିତ ଆୟୁଷଗ୍ରାମ ଓ ଆୟୁଷ୍ମାନ୍ ଆରୋଗ୍ୟକେନ୍ଦ୍ର ଦ୍ୱାରା ୧୧ତମ ଯୋଗ ଦିବସ ପାଳିତ ହୋଇଯାଇଛି । ଆରୋଗ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡା. ଲୋପାମୁଦ୍ରା ମହାନ୍ତିଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭାରେ ଡା. ଜୟନ୍ତ ପ୍ରଧାନ, ଆୟୁର୍ବେଦିକ ଚିକିତ୍ସାଧିକାରୀ ମୁଖ୍ୟଅତିଥି ଓ ଆୟୁଷ ବିକାଶ ମଂଚର ସାଧାରଣ ସଂପାଦକ ହିମାଂଶୁ ଶେଖର ଦାସ ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ । ଯୋଗଶିକ୍ଷକ ମନୋଜ କୁମାର ଦେ ଓ ଶିକ୍ଷୟିତ୍ରୀ ଅନୁପମା ଦେ ଗ୍ରାମବାସୀ ତଥା ବିଦ୍ୟାଳୟର ପିଲାମାନଙ୍କୁ ଯୋଗ ଅଭ୍ୟାସ କରାଇବା ସହିତ ଯୋଗ ଓ ପ୍ରାଣାୟାମର ଉପକାରିତା ବିଷୟରେ ଅବଗତ କରାଇଥିଲେ । ଏହି ଅବସରରେ ଆୟୁଷଗ୍ରାମ ପକ୍ଷରୁ ସମସ୍ତ ଅତିଥି ଓ କର୍ମକର୍ତ୍ତାମାନେ ଔଷଧୀୟ ବୃକ୍ଷରୋପଣ କରି ଏହାର ଆବଶ୍ୟକତାକୁ ହୃଦବୋଧ କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ବାଳକ ଓ ବାଳିକା ଏବଂ ଗ୍ରାମବାସୀଙ୍କ ଦ୍ୱାରା ଏକ ଯୋଗ ରାଲି ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସୁଶାନ୍ତ ପରିଡ଼ା, ପ୍ରଶାନ୍ତ ପାଣି, ପ୍ରଶାନ୍ତ ନାୟକ, ଅଙ୍ଗନବାଡ଼ିକର୍ମୀ ସୁଜାତା ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।
ଖଡ଼ିଆଳ    ଖଡ଼ିଆଳ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ୧୧ ତମ ଆନ୍ତର୍ଜାତିକ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି । ତାଳୁକସ୍ତରୀୟ ପ୍ରାଧିକରଣର ଅଧ୍ୟକ୍ଷ ତଥା ସିଭିଲ ଜର୍ଜ ସିନିୟର ଡିଭିଜନ ଇଶା ପତିଙ୍କ ଅଧ୍ୟକ୍ଷତାରେ ସିଭିଲ କୋର୍ଟ ପରିସର ଖଡ଼ିଆଳ ଚନାବେଡା ଆଶ୍ରମ ସ୍କୁଲ ଉକôଳ ବାଲା ଶ୍ରମ ଖଡ଼ିଆଳ ତଥା ସବଜେଲ ଖଡ଼ିଆଳ ଠାରେ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ଯୋଗ ଶେଷରେ ଆଇନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଏନ୍ଏଏଲଏସଏ ଯୋଜନା ଆଇନଗତ ସହାୟତା ତଥା ହେଲ୍ପ ଲାଇନ ନମ୍ବର ୧୫୧୦୦ ଇତ୍ୟାଦି ବିଷୟରେ ବକ୍ତାଗଣ ସେମାନଙ୍କର ସୁଚିନ୍ତିତ ପରାମର୍ଶ ତଥା ଆଲୋଚନା କରାଯାଇଥିଲା । ଯୋଗ ଦିବସକୁ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶୁଶ୍ରୀ ସମୀକ୍ଷା ସା, ପିଏଲଭି ଘନଶ୍ୟାମ ସଗରିଆ, ଶୁଶ୍ରୀ ରତାଞ୍ଜଳୀ ସେନାପତି, ପବିତ୍ର ଡଙ୍ଗରାଜ, ପେନାଲ ଆଇନଜୀବୀ ଦୁ୍ୟତିକୃଷ୍ଣ ବେହେରା, ଟିକେଶ୍ୱର ବେହେରା ଏବଂ ସଚିନ୍ଦ୍ର ଯୋଶୀ ସହଯୋଗ କରିଥିଲେ ।
କେନ୍ଦ୍ରାପଡା    ତୁଳସୀ ମହିଳା କଲେଜରେ ଅନ୍ତର୍ଜାତୀୟ ଯୋଗ ଦିବସ ଜାତୀୟ ସେବା ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି । କଲେଜ ଅଧ୍ୟକ୍ଷ ଡ. ମଥୁରୀ ଚରଣ ନାୟକଙ୍କ ପୌରହିତ୍ୟରେ ଆୟୋଜିତ ଅନ୍ତଜାର୍ତୀୟ ଯୋଗ ଦିବସରେ ଯୋଗ ଦ୍ୱାରା ମଣିଷର ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ହୋଇପାରିବ ବୋଲି ଅଧ୍ୟକ୍ଷ ଶ୍ରୀ ନାୟକ ଉପସ୍ଥିତ ଥିବା ଛାତ୍ରୀଙ୍କୁ ଅବଗତ କରାଇଥିଲେ । ଯୋଗ ପ୍ରଶିକ୍ଷକ ଭାବରେ ପତଞ୍ଜଳୀ ଯୋଗ ସମିତିର ସଭ୍ୟ ଗୋପୀନାଥ ଦାଶ ଛାତ୍ରୀଙ୍କୁ ଯୋଗ ଓ ପ୍ରାଣାୟମ ଶିକ୍ଷା ଦେବା ସହିତ ଏହାର ଉପକାରିତା ସମ୍ପର୍କରେ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟାପିକା ଡ. ପଦ୍ମଜା କବି ଶତପଥୀ, ବନ୍ୟା ବେହେରା, ପ୍ରବାସିନୀ ଜେନା ଯୋଗ ଦିବସ ସଂପର୍କରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଅଧ୍ୟାପକ ରାଜେନ୍ଦ୍ର ସାହୁ, ଗୌରାଙ୍ଗ ଦାସ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ, ଡ. ପଦ୍ମଜା କବିି ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।
ଭଦ୍ରକ  ଭାରତ ସରକାରଙ୍କ ୟୁବା ଏବଂ ଖେଳ ମନ୍ତ୍ରାଳୟର ମେରା ୟୁବା ଭାରତ (ମୋ ଭାରତ) ଭଦ୍ରକ ଆନୁକୂଲ୍ୟରେ ଯୋଗ ଦିବସ ହରିପୁର ପଂଚାୟତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଯୋଗ ପାଇଁ କାମ କରୁଥିବା ସାମାଜିକ ଅନୁଷ୍ଠାନ ‘କାଉନସିଲ ଫର ଯୋଗ ଆଣ୍ଡ ସୋସିଆଲ ଟ୍ରାନ୍ସଫରମେସନ' ଦ୍ୱାରା  ଅନୁଷ୍ଠିତ ହୋଇଛି । ଯୋଗ କଲେ ମାନସିକ ଶାନ୍ତି ମିଳେ, ଏହା ସାଧକ ଙ୍କ ପାଇଁ ସାଧନା ପଦ୍ଧତି ଏବଂ ରୋଗୀ ଙ୍କ ପାଇଁ ଚିକିତ୍ସା ପଦ୍ଧତି, କେବଳ ଗୋଟେ ଦିନ ନୁହେଁ ସବୁଦିନ ଯୋଗ କରନ୍ତୁ ବୋଲି ଯୋଗ ଗୁରୁ ସଂଜୀବ ନାୟକ କାର୍ଯ୍ୟକ୍ରମରେ ଲୋକଙ୍କୁ ଯୋଗ ଶିକ୍ଷା ଦେବା ସହିତ ଏହି କଥା କହିଥିଲେ । ଫୁଟ୍ବଲ୍ ଖେଳାଳି ମକର ପରିଡା ମୁଖ୍ୟଅତିଥି, ସତ୍ୟସାଇ ଲାଙ୍ଗୁଡ଼ି ସଂଗଠନ ମୁଖ୍ୟ ରଙ୍ଗାଧର ପରିଡା, ସୁରେନ୍ଦ୍ର ବାରିକ ସମ୍ନାନିତଅତିଥି ଭାବେ ଯୋଗ ଦେଇଥିଲେ । ୟୁବା ସଂଗଠକ ପଙ୍କଜ ବାରିକ, ରାହୁଲ ପଳାଇ, ସତ୍ୟଜିତ ବାରିକ ଯୋଗ ଦିବସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।