ବିମାନ ବନ୍ଦରରେ ଦୃଷ୍ଟିବାଧିତ ମହିଳା କ୍ରିକେଟ ଟିମକୁ ଭବ୍ୟ ସ୍ୱାଗତ
ଭୁବନେଶ୍ୱର : ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି ବିଶ୍ୱ ବିଜେତା ଦୃଷ୍ଟିବାଧିକ ଓଡିଆ କ୍ର୍ରିକେଟର । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଗତ ୨୩ ନଭେମ୍ବରରେ ଇତିହାସ ରଚିଥିଲେ ଦୃଷ୍ଟିବାଧିତ ମହିଳା ଟି-୨୦ ଦଳ । କଲମ୍ବୋରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଭାରତ ୭ ୱିକେଟରେ ନେପାଳକୁ ପରାସ୍ତ କରି ବିଜୟୀ ହୋଇଥିଲା । ଏହି ଟି-୨୦ ଦୃଷ୍ଟିବାଧିତ ବିଶ୍ୱକପ ଦଳରରେ ରହିଥିଲେ ୪ ଜଣ ଓଡିଆ ଖେଳାଳି । ସେମାନେ ହେଲେ ଫୁଲ ସୋରେନ, ବାସନ୍ତୀ ହାଁସଦାଳ ଯମୁନାରାଣୀ ଟୁଡୁ ଓ ପାର୍ବତୀ ମାରାଣ୍ଡି । ସେମି ଫାଇନାଲ ଓ ଫାଇନାଲରେ ଭାରତକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏହି ୪ ଜଣ ଖେଳାଳି ।