ବିର୍ସାମୁଣ୍ଡା ଓପନ୍ ନ୍ୟାସନାଲ ତାଇକୋଣ୍ଡୋ ଚାମ୍ପିଅନସିପ୍
ଜଟଣୀ: ଝାଡ଼ଖଣ୍ଡର ରାଞ୍ଚôରେ ଟାଏକୋଣ୍ଡୋ ଫେଡେରେସନ୍ ଅଫ୍ ଇଣ୍ଡିଆ ଦ୍ୱାରା ଆୟୋଜିତ ତୃତୀୟ ବିର୍ସା ମୁଣ୍ଡା ଓପନ୍ ନ୍ୟାସନାଲ ଟାଏକୋଣ୍ଡୋ ଚାମ୍ପିଅନସିପ୍ ରାଞ୍ଚିର ମେଗା ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ଶେଷ ହୋଇଛି ।
ଏହି ଚାମ୍ପିଅନସିପ୍ରେ ଖୋର୍ଦ୍ଧା ଜିଲ୍ଲାରୁ କିରୋଗୀ ବିଭାଗରେ ଶ୍ରେୟା ମହାନ୍ତି କ୍ୟାଡେଟ୍ ବାଳିକା ଅଣ୍ଡର ୫୯ କେଜି ବର୍ଗରେ ଗୋଲ୍ଡ ମେଡାଲ, ମାନସିଂହ ସାଇ ଜଗନ୍ନାଥ ନାୟକ କ୍ୟାଡେଟ୍ ବାଳକ ଅଣ୍ଡର ୩୭ କେଜି ବର୍ଗରେ ଗୋଲ୍ଡ ମେଡାଲ, ଆୟଙ୍କ ରାଉତ ସବ୍ ଜୁନିଅର ଅଣ୍ଡର ୩୮ କେଜି ବର୍ଗରେ ବ୍ରୋଞ୍ଜ ମେଡାଲ, ତନୁଶ୍ରୀ ପ୍ରିୟଦର୍ଶିନୀ ସବ୍ଜୁନିଅର ବାଳିକା ଅଣ୍ଡର ୪୭ କେଜି ବର୍ଗରେ ବ୍ରୋଞ୍ଜ ମେଡାଲ, ମହେଶ ମୋହନ ମିଶ୍ର କ୍ୟାଡେଟ୍ ବାଳକ ଅଣ୍ଡର ୪୧ କେଜି ବର୍ଗରେ ବ୍ରୋଞ୍ଜ ମେଡାଲ ଏବଂ ଇଣ୍ଡିଭିଜୁଆଲ ପୁମସେ ବିଭାଗରେ ଜି. ବର୍ଷିନୀ ସବ୍ ଜୁନିଅର ବାଳିକା ଗୋଲ୍ଡ ମେଡାଲ, ଆୟଙ୍କ ରାଉତ ସବ୍ ଜୁନିଅର ବାଳକ ଗୋଲ୍ଡ ମେଡାଲ, ଶ୍ରେୟା ମହାନ୍ତି କ୍ୟାଡେଟ୍ ବାଳିକା ଗୋଲ୍ଡ ମେଡାଲ, ଶିବ ପ୍ରସାଦ ଦାସ୍ କ୍ୟାଡେଟ୍ ବାଳକ ବ୍ରୋଞ୍ଜ ମେଡାଲ, ତନୁଶ୍ରୀ ପ୍ରିୟଦର୍ଶିନୀ ସବ୍ ଜୁନିଅର ବାଳିକା ବ୍ରୋଞ୍ଜ ମେଡାଲ, ସବ୍ ଜୁନିଅର ପେୟାର ପୁମସେ ବିଭାଗରେ ଆରାଧ୍ୟା ମୁଦୁଲି ଏବଂ ଆୟଙ୍କ ରାଉତ ଗୋଲ୍ଡ ମେଡାଲ, କ୍ୟାଡେଟ୍ ବିଭାଗରେ ଧେରିୟ ଅଗ୍ରୱାଲ ଏବଂ ଶ୍ରେୟା ମହାନ୍ତି ବୋଞ୍ଜ ମେଡାଲ, ସବ୍ଜୁନିଅର ବାଳିକା ଟିମ୍ ପୁମସେ ବିଭାଗରେ ଜି. ବର୍ଷିନୀ, ତନୁଶ୍ରୀ ପ୍ରିୟଦର୍ଶିନୀ, ଆରାଧ୍ୟା ମୁଦୁଲି ଗୋଲ୍ଡ ମେଡାଲ ପାଇ ଖୋର୍ଦ୍ଧା ଟାଏକୋଣ୍ଡୋ ଆସୋସିଏସନ୍ ଏବଂ ନିଜ ଅଞ୍ଚଳକୁ ଗୌରବାନିତ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାର କୋଚ୍ ଏବଂ ଜାତୀୟ ରେଫରି ମାଷ୍ଟର ଅଜୟ ସାହୁ ଏହି ଚାମ୍ପିଅନ୍ଶିପ୍ରେ ଓଡ଼ିଶା ରାଜ୍ୟ ପକ୍ଷରୁ କୋଚ୍ ଭାବରେ ଅଂଶ ଗ୍ରହଣ କରି ରାଜ୍ୟ ପାଇଁ ସୁନାମ ଅର୍ଜନ କରିଥିବାରୁ ଓଡ଼ିଶା ଟାଏକୋଣ୍ଡ ସଙ୍ଘ ସମ୍ପାଦକ ମନମୋହନ ଭଞ୍ଜ ଅଭିନନ୍ଦନ ଜଣାଇଛନ୍ତି । ଜାତୀୟ ରେଫରି ଓ କୋଚ୍ ମାଷ୍ଟର ଅଜୟ ସାହୁଙ୍କ ଏହି କୃତିତ୍ୱ ଖୋର୍ଦ୍ଧା ଜିଲ୍ଲାବାସୀଙ୍କୁ ଟାଏକୋଣ୍ଡ ଖେଳପ୍ରତି ଉତ୍ସାହିତ କରିବ । ଓଡ଼ିଶା ରାଜ୍ୟରୁ ବାଳକ ଓ ବାଳିକା ବିଭାଗରେ ମୋଟ ୫୬ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ପୁମସେ ବର୍ଗରେ ଓଡିଶା ପ୍ରଥମ ସ୍ଥାନରେ ଥିବାବେଳେ ବିହାର ଦ୍ୱିତୀୟ ସ୍ଥାନରେ ରହିଛି । କିରୋଗୀ ବର୍ଗରେ ଝାଡ଼ଖଣ୍ଡ ପ୍ରଥମ, ଓଡିଶା ଦ୍ୱିତୀୟ ଏବଂ ଉତ୍ତରପ୍ରଦେଶ ଦଳ ତୃତୀୟ ସ୍ଥାନରେ ରହିଛନ୍ତି । ଏହି ସମାରୋହରେ ମୁଖ୍ୟ ଅତିଥି ରାଜ୍ୟ ଯୁବ ଆୟୋଗର ଅଧ୍ୟକ୍ଷ କୁମାର ଗୈାରବ ଏବଂ ସ୍ୱତନ୍ତ୍ର ଅତିଥି ରାଞ୍ଚିର ପୂର୍ବତନ ଡେପୁଟି ମେୟର ଅଜୟନାଥ ଶାହାଦେବ ବିଜେତା ଦଳକୁ ପଦକ, ପ୍ରମାଣପତ୍ର ଏବଂ ଟ୍ରଫି ପ୍ରଦାନ କରି ବିଜେତାମାନଙ୍କୁ ସମ୍ମାନିତ କରିଛନ୍ତି । ଶେଷରେ ଖୋର୍ଦ୍ଧା ଜିଲ୍ଲା ସଂଘ ତରଫରୁ ସଭାପତି ବ୍ୟୋମକେଶ ଅଭିଳାଷ ପ୍ରସାଦ, ସଙ୍ଘର ସମସ୍ତ ସଦସ୍ୟ, ଅବିଭାବକ, ସମସ୍ତ ଖେଳାଳି ଓ କୋଚ୍ ଅଜୟ ସାହୁଙ୍କୁ ଅଭିନନ୍ଦନ ଜଣାଇଥିଲେ ।