ବିଶ୍ରାମାଗାରର ପୁନରୁଦ୍ଧାର ଦାବି
ଖଣ୍ଡପଡ଼ା : ଖଣ୍ଡପଡ଼ା ସହରର ୧ନଂ ୱାର୍ଡ ସ୍ଥିତ ଅସ୍ଥାୟୀ ବସଷ୍ଟାଣ୍ଡ ଠାରେ ଦିର୍ଘ ବର୍ଷ ତଳେ ନିର୍ମାଣ କରାଯାଇଥିବା ଯାତ୍ରୀ ବିଶ୍ରାମାଗାରଟି ଋକ୍ଷଣାବେକ୍ଷଣ ଅଭାବରୁ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି । ଏହାର ପୁନରୁଦ୍ଧାର ଦିଗରେ ଏନଏସି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଉକ୍ତ ସ୍ଥାନରୁ ଯାତ୍ରୀବାହି ବସ ଯୋଗେ ଜନସାଧାରଣ ସଦାସର୍ବଦା ଯାତାୟତ କରୁଥିବା ବେଳେ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ଯାତ୍ରୀ ବିଶ୍ରାମାଗାରଟି କୌଣସି କାର୍ଯ୍ୟରେ ଆସୁନଥିବା ଜଣାପଡିଛି । ଖରା ବର୍ଷା ଓ ଶୀତରୁତୁରେ ଯାତ୍ରୀମାନେ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ଯାତ୍ରୀବାହୀ ବସ ଯୋଗେ ଯାତାୟତ କରୁଛନ୍ତି । ଦିର୍ଘ ବର୍ଷ ତଳେ ଲୁହା ଖୁଣ୍ଟ ସହାୟତାରେ ଆଜବେଷ୍ଟସ ଛପରରେ ଏହି ଯାତ୍ରୀ ବିଶ୍ରାମାଗାର ଟି ନିର୍ମାଣ କରାଯାଇଥିଲା । ସମୟାନୁକ୍ରମେ ରାସ୍ତା ଉଚ୍ଚା ହୋଇଯିବା ପରେ ସାମାନ୍ୟ ବର୍ଷା ହେଲେ ରାସ୍ତାର ପାଣି ଯାତ୍ରୀ ବିଶ୍ରାମାଗାର ମଧ୍ୟରେ ପ୍ରବେଶ କରୁଥିବା ଅଭିଯୋଗ ହୋଇଛି । ଜନସାଧାରଣଙ୍କ ସେବାରେ ଲାଗୁ ନଥିବା ଏହି ଯାତ୍ରୀ ବିଶ୍ରାମାଗାରର ପୁନରୁଦ୍ଧାର ଦିଗରେ ଖଣ୍ଡପଡ଼ା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ, ଅଧ୍ୟକ୍ଷା ଓ ପ୍ରଶାସନ ଦୃଷ୍ଟି ଦେବାକୁ ସହରବାସୀ ଦାବି କରିଛନ୍ତି ।