ବିଶ୍ୱଶାନ୍ତି ମହାଯଜ୍ଞ ଉଦ୍ୟାପିତ
ସାରସକଣା : ସାରସକଣା ବ୍ଲକ ବଜାର ସ୍ଥିତ ଶ୍ରୀଜଗନ୍ନାଥ ପୀଠରେ ଆରମ୍ଭ ହୋଇଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଏବଂ ପୀଠସ୍ଥିତ ଅନ୍ୟ ଦେବାଦେବୀଙ୍କ ଦେଉଳ ପ୍ରତିଷ୍ଠାର୨୩ତମ ବାର୍ଷିକ ଉସôବ ଉପଲକ୍ଷେ ଚାଲିଥିବା ବିଶ୍ୱଶାନ୍ତି ମହାଯଜ୍ଞ ଓ ହରିନାମ ସଂକୀର୍ତ୍ତନ ଉଦଯାପନ ହୋଇଯାଇଛି । ପୂର୍ବରୁ ପୁରୀ ଶ୍ରୀମନ୍ଦିର ପ୍ରଶାସନଙ୍କ ଠାରୁ ପ୍ରାପ୍ତହୋଇ ଧୂପଦୀପ ନିବେଦନ ପୂର୍ବକ ସାରସକ୍ଷେତ୍ରର କଳ୍ପବଟ ପିଣ୍ଡି ଉପରେ ଯନô ସହକାରେ ରଖାଯାଇଥିବା ଜଗତଜନନୀ ମା'ସୁଭଦ୍ରାଙ୍କ ଦେବଦଳନ ରଥଚକକୁ ସମାରୋହର ସର୍ବସାଧାରଣଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ଲାଗି ପୀଠ ପରିଚାଳନା କର୍ତ୍ତୃପକ୍ଷଙ୍କ ନିର୍ମିତ କଂକ୍ରିଟଛାତର ଏକ ଖୋଲା ମଣ୍ଡପରେ ପୁରୋହିତଙ୍କ ଦ୍ୱାରା ସ୍ଥାପନ ହୋଇଥିଲା । ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଅନ୍ତିମ ଦିବସ ପ୍ରାତଃ ସୂର୍ଯ୍ୟପୂଜା ଉପରାନ୍ତେ ଯଜମାନ ପ୍ରତିନିଧି ଭାବେ ସଂକଳ୍ପରେ ବସୁଥିବା ବ୍ରତଚାରି ଓ ବ୍ରତଚାରିଣୀ ଦମ୍ପତି ସୁବ୍ରତ କୁମାର ଦତ୍ତ ଓ କନକଲତା, ନବକିଶୋର ସେଠୀ ଓ ମଞ୍ଜୁଲତା, ପୁଲକ କୁମାର ସାହୁ ଓ କନକଲତା, ଅତୁଲ ଚନ୍ଦ୍ର ଦାସ ଓ ଲିପାରାଣୀ ଓ ଉପେନ୍ଦ୍ର ନାଥ ସାହୁ ଓ ଅନ୍ନପୂର୍ଣ୍ଣାଙ୍କ ଶ୍ରଦ୍ଧାଉପସ୍ଥିତିରେ ବେଦଜ୍ଞ ପଣ୍ଡିତ ତଥା ଦେଉଳ ପୁରୋହିତ ଶଙ୍କର୍ଷଣ ତ୍ରିପାଠୀ, ଅକ୍ଷୟ କୁମାର କର, ଲମ୍ବୋଦର ମିଶ୍ର, ବିଭୁତି ଭୁଷଣ ମିଶ୍ର, ସତ୍ୟ ନାରାୟଣ ଦାଶ, ଦିବ୍ୟ ସୁନ୍ଦର କର ଓ ମନୋଜ ରଞ୍ଜନ ଦାଶ ପ୍ରମୁଖ ମହାଯଜ୍ଞର ପୂର୍ଣ୍ଣାହୁତି ପାଇଁ ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ହଜାରେଆଠ ଆହୁତି ପ୍ରଦାନ କରିବା ସଙ୍ଗେ ଅଞ୍ଚଳରେ ବିରାଜମାନ ଦେବୀ ଦେବତାଙ୍କୁ ଘୃତାହୁତି ଅର୍ପଣ ପୂର୍ବକ ସଂସାରର ମଙ୍ଗଳ ମନାସିଥିଲେ । ଉଦଯାପନୀ ଦିବସର ମଧ୍ୟାହ୍ନ ଗତେ ପ୍ରତ୍ୟେକ ବର୍ଷଭଳି ଏବର୍ଷ ମଧ୍ୟ ପୀଠ ତରଫରୁ ଆଧ୍ୟାତ୍ମିକ କାର୍ଯ୍ୟରେ ଯୋଗଦେଇଥିବା ସହସ୍ରାଧିକ ଭକ୍ତଜନଙ୍କୁ ଦଳାଖେଚୁଢି, ବଡା ତରକାରୀ ଓ ଖଟା ଆଦିର ଅନ୍ନଭୋଗ ବିତରଣ ହୋଇଥିଲା ।