ମାଟ୍ରିକ୍ ପରୀକ୍ଷା; ସରସ୍ୱତୀ ଶିଶୁ ମନ୍ଦିରର ଶତ ପ୍ରତିଶତ ସଫଳତା
ତାଳଚେର: ତାଳଚେର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ଚଳିତ ମାଟ୍ରିକ ପରୀକ୍ଷାରେ ଶତ ପ୍ରତିଶତ ସଫଳତାର ସହ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି । ସେଥିମଧ୍ୟରୁ ଶଶାଙ୍କ ବରାହ ଓ ସ୍ମୃତିଲିପ୍ସା ମହାରଣା ଉଭୟେ ୫୬୫ ନମ୍ବର ଲେଖାଏଁ ୯୪.୧୬ ପ୍ରତିଶତ ରଖି ଶୀର୍ଷରେ ଥିବା ବେଳେ ପ୍ରତୁ୍ୟଷ ପ୍ରଧାନ ୯୨.୩୩ଜ୍ୟୋତି ମହାରଣା ୯୧.୮୩, ଶିବାଶିଷ ବେହେରା ୯୦.୫ପ୍ରତିଶତ ନମ୍ବର ରଖି ସମୁଦାୟ ୫ଜଣ ଏ - ୱାନ ରେ, କୃତକାର୍ଯ୍ୟ ହୋଇଛନ୍ତି । ସେହିପରି ଏ -୨ରେ ୨୧ ଜଣ, ବି -ୱାନରେ ୧୭, ଜଣ, ସି ଗ୍ରେଡରେ ୧୬ଜଣ, ଡି ଗ୍ରେଡରେ ୨ଜଣ, ଇ ଗ୍ରେଡ ରେ ଜଣେ, ସମୁଦାୟ ୮୩ ଜଣ ଛାତ୍ରଛାତ୍ରୀମାନେ କୃତକାର୍ଯ୍ୟ ହୋଇ ସ୍କୁଲ ପାଇଁ ଗୌରବ ଆଣି ଦେଇଛନ୍ତି । ଏହି ସଫଳତା ପାଇଁ ସ୍କୁଲର ଛାତ୍ରଛାତ୍ରୀ, ଅଭିଭାବକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।