ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

 ନୂଆପଡା: ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ସମସ୍ତ ନର୍ସିଂ କଲେଜର ଛାତ୍ରଛାତ୍ରୀଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ଏକ ରାଲିକୁ ଶୁଭାରମ୍ଭ କରିଥିଲେ । ଏହି ରାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏଡିପିଏଚ୍ସିଓ କିଶୋର ଚନ୍ଦ୍ର ପଟେଲଙ୍କ ନେତୃତ୍ୱରେ ବାହାରି ଏକତା ଛକରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଛକ ଦେଇ ମୁଖ୍ୟ ଚିକିତ୍ସାଳୟ ରେ ପହଂଚିଥିଲା । ପରେ ନୂଆପଡା ଜିଲ୍ଲା ମୁଖ୍ୟ  ଚିକିତ୍ସାଧିକାରୀ ଡ. ମନୋଜ ସାହୁଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ କକ୍ଷରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା । ସମ୍ମାନିତଅତିଥି ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଲଳିତ ମୋହନ ବିଶି, ଏଡିପିଏଚ୍ଓ ଡ. ଗୁରୁପ୍ରସାଦ ଜେନା, ଡିପିଏଚ୍ଓ ଡ. ଦ୍ୱାରିକାନାଥ ଶତପଥୀ, ଡିଏମ୍ଓ ଡ. ଲଲିତ ମୋହନ ବିଶି, ସାମ୍ବାଦିକ ଘନଶ୍ୟାମ ଭୋଇ, ନାଗରିକ ସଂଘ ସଭାପତି କ୍ଷୀରୋଦ ନିବାସ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଅତିଥିମାନେ ଦିବସର ମହତ୍ତ୍ୱ ସହିତ ଜନସଂଖ୍ୟା ବିସ୍ଫୋରଣର କାରଣ ଓ ନିରାକରଣ ଉପରେ ବିଷଦ ଭାବରେ ଆଲୋଚନା କରିଥିଲେ । ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ତଥା ଜିଲ୍ଲାର ସଚେତନ ନାଗରିକଙ୍କୁ ସମସ୍ତଙ୍କୁ ଜନସଂଖ୍ୟା ରୋକିବା ପାଇଁ ସମାଜରେ ସଚେତନତା ସୃଷ୍ଟି କରିବା ପାଇଁ ଆହ୍ୱାନ ଦେଇଥିଲେ । ସଭାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ସଙ୍ଘର ଅନ୍ୟାନ୍ୟ ସଦସ୍ୟ ବିଧୁଭୂଷଣ ପାଣିଗ୍ରାହୀ, ରାମେଶ୍ୱର ମୁଣ୍ଡ, ଜିପି ମିଶ୍ର, ଲୋକନାଥ ସେଠି, ରାସବିହାରୀ ହୋତା, ତାଳେଶ୍ୱର ଦେବାଙ୍ଗନ, ରାମେଶ୍ୱର ମୁଣ୍ଡ, ଚକ୍ରଧର ସୁବୁଦ୍ଧି, ମୁରଲୀଧର ସୁନା, ସମସ୍ତ ନର୍ସିଂ କଲେଜ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା, ଗଣ ମାଧ୍ୟମ ପ୍ରତିନିଧି ଅଂଶଗ୍ରହଣ କରିଥିଲେ । କିଶୋର ଚନ୍ଦ୍ର ପଟେଲ ପରିଚାଳନା କରିଥିଲେ ।