ବିଶ୍ୱ ମାନବାଧିକାର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

 ବ୍ୟାସନଗର : ଶୁକ୍ରବାର ବ୍ୟାସନଗର ଠାରେ ଆନ୍ତର୍ଜାତୀୟ ମାନବଅଧିକାର କମିଶନର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଯାଜପୁର ଜିଲାରେ ବିଶ୍ୱ ମାନବ ଅଧିକାର ସଂଗଠନ କିପରି ମଜବୁତ ହେବ ସେ ବିଷୟରେ ଆଲୋଚନା ହୋଇଥିଲା । ଜିଲାରେ ଗାଁ ଠାରୁ ଆରମ୍ଭ କରି ସହର ଓ ବିଶେଷ ଭାବେ ଶିଳ୍ପ ଖଣି ଅଂଚଳରେ ହେଉଥିବା ମାନବାଧିକାର ଉଲ୍ଲଘନ ଉବରେ ବିଷଦ ଆଲୋଚନା ହୋଇଥିଲା । ନିର୍ଯାତନାର ଶିକାର ହେଉଥିବା, ଯେଉଁ ମାନଙ୍କୁ ଉଚିତ ନ୍ୟାୟ ମିଳିପାରୁନାହଁ, ଶିଶୁ, ମହିଳା, ଶ୍ରମିକ, ଖଟିଖିଆ, ଦିନ ମଜୁରିଆ ଅବହେଳିତ ଓ ଶୋଷିତ ହେଉଛନ୍ତି ସେମାନଙ୍କୁ କିଭଳି ନ୍ୟାୟ ମିଳିପାରିବ ସେ ସଂପର୍କରେ ଆଲୋଚନା ହୋଇଥିଲା । ଶିଳ୍ପ କାରଖାନାର ପ୍ରଦୂଷଣ ଓ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ମାନବ ଅଧିକାର କମିଶନ ପକ୍ଷରୁ ଆଗାମୀ ଦିନରେ ଚିଠି କରାଯାଇ ଦାଗିତ କରାଯିବ ବୋଲି ସୂଚନା ଦିଆଯାଇଥିଲା । ଯେତେ ବଡ଼ ରାଜନୈତିକ ବ୍ୟକ୍ତି ବିଶେଷ ହୁଅନ୍ତୁ କି ଧନଶାଳି କି ବାହୁବଳୀ ଯିଏ ବି ଗରିବ ଲୋକମାନଙ୍କ ମାନବିକ ଅଧିକାର ଛଡାଇ ନେବାକୁ ଚେଷ୍ଟା କରିବ ତାକୁ ଆଉ ଛଡ଼ାଯିବ ନାହିଁ, ଜିଲ୍ଲା ସଂଗଠନ ପହଁଚି ତା ବିରୋଧରେ ସ୍ୱର ଉତ୍ତୋଳନ କରିବା ସହ ନ୍ୟାୟିକ ଲଢେଇ କରାଯିବ ବୋଲି ରାଜ୍ୟ ସଭାପତି ଡ଼କ୍ଟର ରାମଚନ୍ଦ୍ର ରାଉତରାୟ ମତ ରଖିଥିଲେ । ବୈଠକରେ ନୂତନ ଭାବେ ଯାଜପୁର ଜିଲା ସଭାପତି ଭାବେ ଅବସରପ୍ରାପ୍ତ ପୂର୍ବତନ ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ରନାଥ ଦେଓ ଓ ଜିଲା କାର୍ଯକାରୀ ସଭାପତି ଭାବେ ଜନ୍ମେଜୟ ଦେଓଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ସଭାପତି ଡ଼କ୍ଟର ଅଭିନ୍ନ ହୋତା, ରାଜ୍ୟ କାର୍ଯକାରୀ ସଭାପତି ଅବସର ପ୍ରାପ୍ତ ଆରକ୍ଷୀ ଅଧୀକ୍ଷିକ ରାଜକିଶୋର ଦୋରା, ଜାତୀୟ ସଂଯୋଜକ ସୁମନ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ବୈଠକରେ ଜିଲାର ମାନବିକ ଅଧିକାର କର୍ମୀ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।