ବୃଦ୍ଧି ପାଉଥିବା ନାରୀ ନିର୍ଯାତନାକୁ ନେଇ ବିକ୍ଷୋଭ
କଟକ: ସଂପ୍ରତି ରାଜ୍ୟରେ ନାରୀ ଅସଦାଚରଣ, ଦୁଷ୍କର୍ମ, ଅପହରଣ, ହତ୍ୟା ଆଦି ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାଛଡ଼ା ରାଜ୍ୟର ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ଭୁଷୁଡ଼ି ଯାଇଛି । ପରିତାପର ବିଷୟ ରାଜ୍ୟ ସରକାର ନିରବଦ୍ରଷ୍ଟା ସାଜି ଏକ ବର୍ଷ ପୂର୍ତ୍ତିଉସôବ ପାଳନ କରିବାରେ ବ୍ୟସ୍ତ ଥିବାବେଳେ ରାଜ୍ୟ ସରକାରଙ୍କୁ ଗଭୀର ନିଦ୍ରାରୁ ଉଠାଇବା ପାଇଁ ଆଜି ବାରବାଟୀ କଟକ ଛାତ୍ର ଓ ବିଜେଡ଼ି ପକ୍ଷରୁ ସ୍ଥାନୀୟ ଚଣ୍ଡୀଛକଠାରେ ଏକ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଜୁ ଛାତ୍ର ଓ ଯୁବମୋର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତାଳିକା ଦାହ କରାଯାଇଥିଲା । ବିକ୍ଷୋଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଟକ ଜିଲ୍ଲା ଛାତ୍ର ସଭାପତି ଆସିଫ ଅମିନ, ସୌମ୍ୟଦୀପ ଘୋଷ, ସଂଜୟ ପଟ୍ଟନାୟକ, ସନ୍ତୋଷ ମହାପାତ୍ର, ଦେବାଶିଷ ସ୍ୱାଇଁ, ଅଭିଷେକ ବେହେରା, ଅବିନାଶ ମହାନ୍ତି, ସୁମନ ବେହେରା, ସିଦ୍ଧାର୍ଥ ରାୟ, ଅମରେଶ ରାଜ ଓ ସୟଦ ଜଲିଲ ପ୍ରମୁଖ ଉପସ୍ଥିତ ଥିଲେ ।