ବେଆଇନ୍ ମାଟି ଚାଲାଣ, ୯ ଟ୍ରାକ୍ଟର ଜବତ

 କାକଟପୁର : ଅସ୍ତରଙ୍ଗରେ ରାଜସ୍ୱ ବିଭାଗରେ ଥିବା ବିଭିନ୍ନ ସରକାରୀ ଓ ଗୋଚର ଜମିରୁ ମାଫିଆମାନେ ମାଟି ଲୁଟ କରୁଥିବା ବେଳେ ରାସ୍ତା ଗୁଡିକ ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି  । ଗତ ରବିବାର ଦିନ  ଅସ୍ତରଙ୍ଗ ତହସିଲ ଅଞ୍ଚଳର ଏକ ଗହୀର ବିଲରୁ  ବେଆଇନ  ମାଟି ବୁହାହେଉଥିବା  ବେଳେ ଅସ୍ତରଙ୍ଗ ଥାନାଧିକାରୀ ରାଜେଶ ବଳିଆରସିଂ   ନିଦେ୍ର୍ଦଶରେ  ୯ଟି ଟ୍ରାକ୍ଟର ଜବତ କରାଯାଇଥିବା ସୂଚନା ମିଳିଛି  । ଜବତ ଟ୍ରାକ୍ଟର ମଧ୍ୟରୁ ୫ଟି ପଞ୍ଜିକରଣ ହୋଇଥିବା ବେଳେ ୪ଟିର କୌଣସି ପଞ୍ଜିକରଣ ନମ୍ବର ନଥିବା ବେଳେ ଚାଳକ ମାନଙ୍କର ଚାଳକ ପ୍ରମାଣପତ୍ର ଅଛିକି ନାହିଁ  ଯାଞ୍ଚ ପରେ ସାମ୍ନାକୁ ଆସିବ  ।  ଅସ୍ତରଙ୍ଗ ଥାନାଧିକାରୀଙ୍କ  ସୂଚନା ଅନୁସାରେ  ଉକ୍ତ ଟ୍ରାକ୍ଟରଗୁଡିକ  ଜବତ ପରେ  ବେଆଇନି ମାଟି ଚାଲାଣ କରୁଥିବା  ଅଭିଯୋଗରେ ମକଦ୍ଦମା ରୁଜୁ ହେବାସହ ଅଧିକ  ତଦନ୍ତ ଜାରି ରହିଛି  । ସ୍ଥାନୀୟ ଅଞ୍ଚଳର ଅନେକ ଜାଗାରୁ ପ୍ରଶାସନକୁ ଚକମା  ଦେଇ ଶହ ଖାଲ ଜାଗା ପୋତିବା, ଇଟା ଭାଟିକୁ ଯୋଗାଇବା ପାଇଁ  ଶହ ଟ୍ରିପ  ମାଟି ଚୋରା ଚାଲାଣ ହେଉଥିବା ଦେଖିବାକୁ ମିଳୁଛି  । ତେଣୁ ସରକାରୀ ଜାଗା, ଚାଷ ଜମିକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ କଠୋର ପଦକ୍ଷେପ ଗ୍ରହଣ କରିବାକୁ ସମାଜସେବୀମାନେ  ଦାବି କରିବା ସହିତ ଥାନାଧିକାରୀଙ୍କ ଏପରି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି  ।