ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ 

 ଜଗତସିଂହପୁର : ଜିଲ୍ଲାସ୍ତରୀୟ ଏଲ୍ସିସି ଓ ଆଇସିସି ପ୍ରଶିକ୍ଷଣ ଓ ଜିଲ୍ଲାସ୍ତରୀୟ ବେଟି ବଚାଓ ଓ ବେଟି ପଢାଓ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିସôାଧିକାରୀ, ଡେପୁଟି ଡାଇରେକ୍ଟର ପ୍ଲାନି, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଏଲଏମଭି, ସହାୟକ ଜିଲ୍ଲାପାଳ, ଉପଜିଲ୍ଲାପାଳ ପ୍ରମୁଖ ମଞ୍ଚାସୀନ ଥିଲେ । ନାରୀମାନେ କର୍ମ କ୍ଷେତ୍ରରେ ଯୌନ ନିର୍ଯାତନାରୁ କିପରି ନିଜକୁ ସୁରକ୍ଷା ଦେବେ ସେ ସମ୍ପର୍କରେ ଜିଲ୍ଲାପାଳ ସୁଶ୍ରୀ କଳ୍ପିତା କୁମାରୀ ମତପ୍ରକାଶ କରିଥିଲେ । ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ପ୍ରମୋଦ କୁମାର ବାରିକ ପିସିପିଏନଡ଼ିଟି ଆଇନକୁ ନେଇ ନିଜର ଅଭିଭାଷଣ ରଖିଥିଲେ । ପୌର ନିର୍ବାହୀ ଅଧିକାରୀ ସୀମା ଜେନା,  ରାଧା କୃଷ୍ଣ କ୍ଲବ୍ର ନିଦେ୍ର୍ଦଶକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କିପରି ଜଣେ ଅସହାୟ ନାରୀକୁ ସବୁ ପ୍ରକାର ସହାୟତା ଓ ଆଇନ୍ ଯୋଗାଇ ଦିଆଯାଇ ପାରିବ ସେ ବିଷୟରେ ଆଲୋଚନା କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଷ୍ଣୁ ପ୍ରିୟା ସେଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ପ୍ରୋଟେକ୍ସନ୍ ଅଫିସର ଆରତୀ ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହିମା ନର୍ସିଂ ଛାତ୍ରଛାତ୍ରୀ, ସମସ୍ତ କାର୍ଯ୍ୟାଳୟର କର୍ମକର୍ତ୍ତା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।