ବେପାରୀ ଗିରଫ ; ଗଞ୍ଜେଇ ଜବତ

ଭୁବନେଶ୍ୱର, ୯ା୫ : ଆଜି ହାତିଆଶୁଣି ଛକ ନିକଟରେ ଅତର୍କିତ ଚଢ଼ାଉ କରି ଜଣେ ବେପାରୀକୁ ଗିରଫ କରିଛି ମୈତ୍ରୀବିହାର ଥାନା ପୁଲିସ । ତାଠାରୁ ଏକ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, ସାଲିଆସାହିର କାବୁଲି ବେହେରା ।
ସୂଚନାଯୋଗ୍ୟଯେ, ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାର କରି ମୈତ୍ରୀବିହାର ଥାନାଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ସମ୍ପୂକ୍ତ ଥାନାର ଏକ ପୁଲିସ ଟିମ ହାତିଆଶୁଣି ଛକ ନିକଟରେ ଅତର୍କିତ ଚଢ଼ାଉ କରିବା ସହ ଅଭିଯୁକ୍ତକୁ ବେଆଇନ୍ ଗଞ୍ଜେଇ ରଖି ଗ୍ରାହକ ଅପେକ୍ଷାରେ ଥିବା ସମୟରେ କାବୁ କରାଯାଇଥିଲା । ଅଭିକ୍କ୍ର ତଲାସି ବେଳେ ତା ହେପାଜତରୁ ଏକ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି ।