ବେପାରୀ ଗିରଫ, ବ୍ରାଉନସୁଗାର ଜବତ

ଭୁବନେଶ୍ୱର, ୦୩ା୬ : କାରରେ ଆସି ସ୍କୁଲ ସାମ୍ନାରେ ବ୍ରାଉନସୁଗାର ବିକ୍ରି ବେଳେ ବେପାରୀକୁ ଧରିଲା ଭରତପୁର ଥାନାର ପେଟ୍ରୋଲିଂ ଟିମ । ଅଭିଯୁକ୍ତ ଠାରୁ ୬ ଗ୍ରାମ ବ୍ରାଉନସୁଗାର, ୬ ହଜାର ଟଙ୍କା ଓ ଏକ କାର ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, ଭରତପୁର ଅଞ୍ଚଳର ସମରତ ଦାସ ।
ସୂଚନାଯୋଗ୍ୟଯେ, ଏକ ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନା ଆଧାରରେ ଭରତପୁର ଥାନାଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ, କଳିଙ୍ଗନଗର ଅନ୍ତର୍ଗତ ୱିସଡମ ସ୍କୁଲ ନିକଟରେ ଥିବା ଟି-ଛକ ନିକଟରେ ଅତର୍କିତ ଚଢ଼ାଉ କରି ଏକ କାରରେ ବେଆଇନ୍ ବ୍ରାଉନସୁଗାର ବିକ୍ରି ନିମନ୍ତେ ଚାଲାଣ କରୁଥିବା ଅଭିଯୋଗରେ ଅଭିଯୁକ୍ତକୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଛାନଭିନ ସମୟରେ ପୁଲିସ ଅଭିଯୁକ୍ତ ହେପାଜତରୁ ୫ .୧୮ ଗ୍ରାମ ବ୍ରାଉନସୁଗାର, ଏକ କାର, ୬ ହଜାର ଟଙ୍କା ଜବତ କରିଥିଲେ । ପଚରା ଉଚରା ବେଳେ ସେ ଖୋର୍ଦ୍ଧାରୁ ଏହି ବ୍ରାଉନସୁଗାର ଆଣି ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ କାରରେ ବୁଲି ବିକ୍ରି କରୁଥିଲା ।