ବେସରକାରୀ ଅଧ୍ୟାପକ ସଂଘ ମନ୍ତବ୍ୟ କାର୍ଯ୍ୟକ୍ରମ

 ସୋର : ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘ ପକ୍ଷରୁ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମ ସୋର ଉପେନ୍ଦ୍ର ନାଥ କଲେଜ ପରିସରରେ ଅନୁଷ୍ଠିତ ହୋଇଛି । ରାଜ୍ୟ ସଭାପତି ବିଶ୍ୱରଞ୍ଜନ ଦାସଙ୍କ ନିଦେ୍ର୍ଦଶରେ ଜିଲ୍ଲା ସଂଯୋଜକ ତାପସ ପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ଦାବି ବାବଦରେ ଆଲୋଚନା କରାଯାଇଥିଲା । ୨୦୦୮ ଜୁନ ୧ ରୁ ୨୦୧୮ ଜୁନ ୧ ମଧ୍ୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ଅଧ୍ୟାପକ ଏବଂ କର୍ମଚାରୀଙ୍କ ପାଇଁ ନୂତନ ଅନୁଦାନ ନୀତି ପ୍ରଣୟନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ । ସଂଘ ନିଷ୍ପତ୍ତି କ୍ରମେ ଦସ୍ତଖତ ଅଭିଯାନ ମାଧ୍ୟମରେ ୧ଲକ୍ଷ ଲୋକଙ୍କ ଦସ୍ତଖତ ସମ୍ମିଳିତ ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା ।ଶ୍ରୀପଞ୍ଚମୀ ଠାରୁ ଏହି ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ରାଜ୍ୟର କୋଣ ଅନୁକୋଣରୁ ଦେଢ଼ କୋଟି ଲୋକଙ୍କ ପାଖରେ ପହଞ୍ଚାଇବାର ନିଷ୍ପତ୍ତି ନିଆଯାଇଛି  । ଯଦି ସରକାର ଏଥି ମଧ୍ୟରେ ନୂତନ ଅନୁଦାନ ନୀତି ପ୍ରଣୟନ ନକରନ୍ତି ତେବେ ସଂଘ ୫ ହଜାର କର୍ମଚାରୀଙ୍କ ସହିତ ପୁନର୍ବାର ଲୋୟର ପିଏମଜିରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ନିଷ୍ପତ୍ତି ନିଆଯାଇଛି ।