ଜନକଲ୍ୟାଣ ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ
ବାଲେଶ୍ୱର : ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ବାଲେଶ୍ୱର ସହରର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଧାୟକ ମାନସ କୁମାର ଦତ୍ତ ଅବିରତ ଉଦ୍ୟମ ଜାରି ରଖିଛନ୍ତି । ଏହି କ୍ରମରେ ବାଲେଶ୍ୱର ପୌରପାଳିକାର ୨୮ନଂ ୱାର୍ଡରେ ଦୁଇଟି ଜନକଲ୍ୟାଣକାରୀ ଉନ୍ନତିମୂଳକ ପ୍ରକଳ୍ପର ଶିଳାନ୍ୟାସ ଦେଇଛନ୍ତି ବିଧାୟକ ଶ୍ରୀ ଦତ୍ତ । ଏଥି ମଧ୍ୟରେ ରାଜ୍ୟ ସରକାରଙ୍କ ପଂଚାୟତରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ମାଧ୍ୟମରେ ସଦର ପଂଚାୟତ ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ଯୋଜନାରେ ଚାରି ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ଦରଜୀପୋଖରୀ କାଳୀ ମଣ୍ଡପର ଉନ୍ନତିକରଣ ଏବଂ ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ସ୍ଥାନୀୟ ଆଦିବାସୀଙ୍କ ଜାହିରା ପୀଠର ପୁନରୁଦ୍ଧାର ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ବିଧାୟକ ଶ୍ରୀ ଦତ୍ତ ଶିଳାନ୍ୟାସ କରିଥିଲେ । ସମସ୍ତ ପ୍ରକଳ୍ପକୁ ଯୋଜନାବଦ୍ଧ ଭାବେ ଧାର୍ଯ୍ୟ ସମୟସୀମା ମଧ୍ୟରେ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ସେ ନିଦେ୍ର୍ଦଶ ଦେଇଥିଲେ । ଏହି ଅବସରରେ ୨୮ନଂ ୱାର୍ଡÿ କାଉନସିଲର ଗୌରୀ ଦାଶ ଉପସ୍ଥିତ ରହି ଜନସାଧାରଣଙ୍କ ଆବଶ୍ୟକତା ପୂରଣରେ ବିଧାୟକଙ୍କ ଉଦ୍ୟମ ପାଇଁ କୃତଜ୍ଞତା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଙ୍ଗାଧର ରାଉତ, ସର୍ବେଶ୍ୱର ପାତ୍ର, ପୂର୍ବତନ କାଉନସିଲର ଜୟ ପ୍ରକାଶ ଦାଶ, ଧୀରଜ ମହାନ୍ତି, ଦୁର୍ଗା ବେହେରା, ସୌଭାଗ୍ୟ ମାନସ ନାୟକ, ରାଜେନ୍ଦ୍ର ଚାଟାର୍ଜୀ, ସସ୍ମିତା ଶୁକ୍ଳା, ଗୋଳକ ପାତ୍ର, ପୂର୍ଣ ଚନ୍ଦ୍ର ସିଂ, ବିବେକାନନ୍ଦ ରାଉତ, ଦୀପକ ମହାନ୍ତି, ପ୍ରଭାତ ସାହୁ, ରାମଦାସ ମାଝୀ, ଜିତା ମାଝୀ, ପ୍ରକାଶ ମହାନ୍ତି, ରବୀନ୍ଦ୍ର ବାରିକ ପ୍ରମୁଖ ଉପସ୍ଥିତଥିଲେ ।