ପ୍ରଧାନଶିକ୍ଷକ ଓ ପରିଚାଳନା କମିଟି ସଭାପତିଙ୍କ ମଧ୍ୟରେ ବିବାଦ: ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଡ୍ରେସ ପାଇବାରୁ ବଞ୍ଚିତ
ଧାମନଗର: ଧାମନଗର ବ୍ଲକର ଖଡ଼ିପଦା ହାଇସ୍କୁଲର ଦୀର୍ଘଦିନ ହେବ ପ୍ରଧାନଶିକ୍ଷକ ଓ ପରିଚାଳନା କମିଟିର ସଭାପତିଙ୍କ ମଧ୍ୟରେ ବିବାଦ ଯୋଗୁଁ ବିଦ୍ୟାଳୟରେ ଉନ୍ନତି ଦିଗରେ ବାଧା ସୃଷ୍ଟି ହୋଇଛି । ଏପରିକି ବିଦ୍ୟାଳୟର ନବନ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ପୋଷାକ ପାଇବାରୁ ବଞ୍ଚିତ ହୋଉଛନ୍ତି । ପ୍ରକାଶ ଥାଉ କି ବିଦ୍ୟାଳୟର ସଭାପତି ସୁବ୍ରତ କୁଣ୍ଡୁ ଓ ପ୍ରଧାନ ଶିକ୍ଷକ ରମେଶ ସେଠୀଙ୍କ ମଧ୍ୟରେ ଜାନୁଆରୀ ୨୬ରେ ପତାକା ଉତଳନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏ ନେଇ ଉଭୟଙ୍କ ମଧ୍ୟରେ ଶୀତଳ ଯୁଦ୍ଧଚାଲିଛି । ଫଳରେ ବିଦ୍ୟାଳୟର କୌଣସି ଉନ୍ନତି ମୂଳକ କାର୍ଯ୍ୟ ହୋଇ ପାରୁନାହିଁ । ଏପରିକି ୨୧ ତାରିଖରୁ ମେଟ୍ରିକ ପରୀକ୍ଷା ହେବାକୁ ଥିବା ବେଳେ ସେମାନଙ୍କୁ ଡ୍ରେସ ଦିଆଯାଇନଥିବାରୁ ପୁରୁଣା ଡ୍ରେସ ପିନ୍ଧି ପରୀକ୍ଷା ଦେବାକୁ ଯିବେ ଛାତ୍ରଛାତ୍ରୀମାନେ । ଡ୍ରେସ ଦେବାକୁ ଥିବା ଏସ ଏଚ ଜି ଗ୍ରୁପ ବାରମ୍ୱାର ଯାଇ ସ୍କୁଲରୁ ଫେରୁଥିବା ବେଳେ ବିବାଦ ଯୋଗୁଁ ଟଙ୍କା ଉଠି ପାରିବ ନାହିଁ ବୋଲି ପ୍ରଧାନ ଶିକ୍ଷକ କହିବାରୁ ସେମାନେ ଡ୍ରେସ ଦେଉନାହାନ୍ତି । ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଡ୍ରେସ ପାଇ ସାରି ଥିବା ବେଳେ ଉକ୍ତ ବିଦ୍ୟାଳୟର ଆଜି ସୁଦ୍ଧା ଡ୍ରେସ ପାଇ ନଥିବାରୁ ଅବିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ରମେଶ ସେଠୀ ବିଦ୍ୟାଳୟରେ ଟଙ୍କା ହେରଫେର କରୁଛନ୍ତି, ପରିଚାଳନା କମିଟିର ବିନା ପରାମର୍ଶକ୍ରମେ କ୍ରମେ କରୁଛନ୍ତି ଫଳରେ ବିଦ୍ୟାଳୟର ଉନ୍ନତୀ ମୂଳକ କାର୍ଯ୍ୟରେ ବାଧା ଶୃଷ୍ଟି ହେଉଛି ବୋଲି ପରିଚାଳନା କମିଟିର ସଭାପତି ସୁବ୍ରତ କୁଣ୍ଡୁ କହିଛନ୍ତି ।
ଅପର ପଖେ ସଭପତି ଶ୍ରୀ କୁଣ୍ଡୁ ବିଦ୍ୟାଳୟରେ ମନ ମୁଖୀ କାର୍ଯ୍ୟ କରିବାସହ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ଅସମ୍ମାନିତ କରୁଛନ୍ତି ବୋଲି ପ୍ରଧାନଶିକ୍ଷକ ଶ୍ରୀ ସେଠୀ କହିଛନ୍ତି । ତେବେ ଦୀର୍ଘ ଦିନ ହେବ ଉଭୟଙ୍କ ମଧ୍ୟରେ ବିବାଦ ଦିବାରୁ ବିଦ୍ୟାଳୟରେ ଅଚଳାବସ୍ଥା ସୃଷ୍ଟି ହୋଇଚି । ଖୁବଶୀଘ୍ର ଘଟଣା ତଦନ୍ତ କରା ଯାଇ ସମାଧାନ କରାଯିବ ବୋଲି ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ଭିମ ସେନ ହୋ ପ୍ରକାଶ କରିଛନ୍ତି । ତେବେ ତୁରନ୍ତ ଘଟଣାର ସମାଧାନ କରାନଗଲେ ଅବିଭାବକଙ୍କ ପକ୍ଷରୁ ଆନେ୍ଦାଳନ କରାଯିବ ବୋଲି ଚେତାବନୀ ଦିଆଜାଇଛି ।