ବୋଡା ସାପ ଉଦ୍ଧାର
ଦାନଗଦୀ : ଏହି ବ୍ଳକ ଶାଳିଜଙ୍ଗା ଗ୍ରାମର ସରପଞ୍ଚ ବିଜୟଲଷ୍ମୀ ଦାସଙ୍କ ବାଡ଼ିରୁ ଏକ ୬ଫୁଟର ବିଷଧର ବୋଡା ସାପ ବନ ବିଭାଗ ଉଦ୍ଧାର କରିଛି । ବର୍ଷା ହୋଇ ଥିବାରୁ ବିଲ ବାଡ଼ିରେ ପାଣି ଜମି ରହୁଥିବାରୁ ସାପ ଗୁଡିକ ଶୁଖିଲା ଜାଗା ଖୋଜି ଆଶ୍ରୟ ନେବା ପାଇଁ ପଳାଇ ଆସିଥିଲା । ସକାଳ ସମୟରେ ପରିବାର ଲୋକ ଦେଖି ବନ ବିଭାଗର କର୍ମଚାରୀ ମାନଙ୍କୁ ଖବର କରିଥିଲେ । ଡୁବୁରୀ ବନବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନକରୀ ବୋଡା ସାପଟି ସୁରକ୍ଷିତ ଉପାୟରେ ଉଦ୍ଧାର କରି ଜଙ୍ଗଲରେ ଛାଡିଥିଲେ ।