ବୌଦ୍ଧପୀଠ ରନଗିରିରେ ସାମିଲ ହେଲେ ପ୍ରବାସୀ ଭାରତୀୟ
ବରୀ: ଯାଜପୁର ଜିଲ୍ଲା ବରୀ ବ୍ଲକରେ ଥିବା ବୌଦ୍ଧପୀଠ ରନôଗିରିକୁ ପ୍ରବାସୀ ଭାରତୀୟ ଦିବସ ସଜେଇ ହୋଇଛି । ଓଡିଶା ସରକାର ଓ ଭାରତ ସରକାରଙ୍କ ମିଳିତ ଆନୁକୂଲ୍ୟରେ ପ୍ରବାସୀ ଭାରତୀୟ ମାନେ ଜାନୁଅରି ୮, ୯ ଓ ୧୦ ତାରିଖ ଦିନ ବୌଦ୍ଧପୀଠ ରନôଗିରିକୁ ପରିଭ୍ରମଣରେ ଆସିଛନ୍ତି । ତୃତୀୟ ଦିବସରେ ଆଜି ୟୁଏସଓ ବାହାରିନ, କାଲିଫୋର୍ନିଆରେ ୨ ଜଣ ପ୍ରବାସୀ ଭାରତୀୟ ଆସିଥିଲେ । ଗେଟ ନିକଟରୁ ସ୍ୱାଗତ କରଯିବା ସହିତ ବୌଦ୍ଧକୀର୍ତ୍ତ ରାଜ ବୁଲି ଦେଖି ଥିଲେ । ରନôଗିରିର ପ୍ରାଚୀନ ଐତିହ୍ୟକୁ ଦେଖିବେ । ସେଥିଲାଗି ପ୍ରଶାସନ ପକ୍ଷରୁ ପାହାଡ଼ ଉପରେ ପାନୀୟ ଜଳ ବ୍ୟବସ୍ଥା, ମେଡିକାଲ, ରେଷ୍ଟ, ପୋଲିସ ଟିମ ପାଇଁ କ୍ୟାମ୍ପ କରାଯାଇଥିବା ପିଡି ଅଶୋକ ବେଉରିଆ,ବରୀ ବ୍ଲକ ଭାରପ୍ରାପ୍ତ ବିଡ଼ିଓ ମହେଶ୍ୱର ସେଠୀ, ତହସିଲ ଦାର, ଡାକ୍ତର ମାନସ ରଞ୍ଜନ ସ୍ୱାଇଁ, ଅତିରିକ୍ତ ତହସିଲଦାର କଲ୍ଲୋଳ ମିଶ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ଦୀପ ଦାସ, କନିଷ୍ଠଯନ୍ତ୍ରୀ ରାକେଶ ମଲ୍ଲିକ, ସରୋଜ କୁମାର ପଣ୍ଡା, ଦୁର୍ଗାପ୍ରସାଦ ସାହୁ, ଜଗନ୍ନାଥ ମାଝୀ, କୃଷ୍ଣ ପ୍ରସାଦ ଓରାମ, ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିସôା ଅଧିକାରୀ ଡାକ୍ତର ସବ୍ୟ ସାଚୀ ଦାସ, ସହିତ ତାଙ୍କ ଟିମ, ପୁଲିସ ପ୍ରମୁଖ ଉପସ୍ଥିତ ରହିଥିଲେ ।