ବୌଦ୍ଧ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ସାଂସଦଙ୍କ ଆଲୋଚନା 

 କୁଆଖିଆ : ଯାଜପୁର ଜିଲ୍ଲାର ପୁଷ୍ପଗିରି ଠାରେ ବୈାଦ୍ଧ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଯାଜପୁର ସାଂସଦ ଡଃ ରବୀନ୍ଦ୍ର ନାରାୟଣ ବେହେରା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଉଚ୍ଚ ଶିକ୍ଷା ବିଭାଗର ସଚିବ ବିନୀତ ଯୋଶୀଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି । ଏହି କିମ୍ବଦନ୍ତୀ ପୂର୍ଣ୍ଣ ଐତିହ୍ୟର ଅନେକ ଗବେଷଣାତ୍ମକ ତଥ୍ୟ ରହିଥିଲେ ମଧ୍ୟ ଏଗୁଡିକର ଭବିଷ୍ୟତ ସୁରକ୍ଷାକୁ ଆଧାର କରି ପୁଷ୍ପଗିରି ଠାରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେଲେ ଯାଜପୁର ଜିଲାକୁ ଆନ୍ତର୍ଜାତୀୟ ପର୍ଯ୍ୟଟକ ମାନଙ୍କ ସଂଖ୍ୟା ବୃଦ୍ଧି ପାଇବା ସାଙ୍ଗକୁ ଯାଜପୁର ବାସୀଙ୍କ ଅର୍ଥନୈତିକ ବିକାଶ କ୍ଷେତ୍ରରେ ଅନେକ ସହାୟକ ହେବ ବୋଲି ସାଂସଦ ମତ ରଖିଛନ୍ତି । ସୂଚନା ଯୋଗ୍ୟ ଉଦୟଗିରି, ରନôଗିରି, ଲାଙ୍ଗୁଡି ପାହାଡ଼ ଅଂଚଳରେ ବୌଦ୍ଧ ପୀଠ କୀର୍ତିରାଜି ଓ ବୈାଦ୍ଧସ୍ତୁପ ଆଦି ରହିଥିବା ବେଳେ ପଡୋଶୀ କଟକ ଜିଲାର ଲଳିତଗିରି ଠାରେ ମଧ୍ୟ ଅନେକ ବୌଦ୍ଧ ପୀଠ ମାନ ରହିଛି ।