ବ୍ରାହ୍ମଣ ସମିତିର ଭ୍ରାମ୍ୟମାଣ ବ୍ରହ୍ମଯଜ୍ଞ

 ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଆଞ୍ଚଳିକ ବ୍ରାହ୍ମଣ ସମିତି ଆନୁକୂଲ୍ୟରେ ଚତୁର୍ଦ୍ଧଶ ଭ୍ରାମ୍ୟମାଣ ବ୍ରହ୍ମଯଜ୍ଞ ଗୁରୁବାର ଓ ଶୁକ୍ରବାର ୨ଦିନ ଧରି ବାଉଁଶଗଡିଆ ସ୍ଥିତ ବରପଦା ମାଉସୀ ମା’ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ସକାଳେ ବ୍ରହ୍ମଧ୍ୱଜା ଉତ୍ତୋଳନ କରିବା ପରେ ସ୍ଥାନୀୟ ଗ୍ରାମପୋଖରୀରୁ ଘଟୋତ୍ତଳନ କରାଯାଇ ଯଜ୍ଞସ୍ଥଳକୁ ଅଣାଯାଇଥିଲା । ପଣ୍ଡିତ ଗୌରଚନ୍ଦ୍ର ପାଠୀ, ନୃସିଂହ ଦ୍ୱିବେଦୀ, ବାସୁଦେବ ସାହୁ, ଶ୍ୟାମସୁନ୍ଦର ପଣ୍ଡା ଓ ବାଣ୍ଠୁ ପଣ୍ଡାଙ୍କ ଦ୍ୱାରା ପଞ୍ଚକୁଣ୍ଡୀୟ ଯଜ୍ଞ, ଦେବାର୍ଚ୍ଚନା ତଥା ରୁଦ୍ରାଭିଷେକ କର୍ମର ଆୟୋଜନ କରାଯାଇଥିଲା । ଅପରାହ୍ନରେ ସମିତି ସଭାପତି ଜଳଧର ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଧର୍ମସଭାରେ ରାଜ୍ୟ ଉପସଭାପତି ପଣ୍ଡିତ କୃଷ୍ଣଚନ୍ଦ୍ର ପତ୍ରୀ, ଜିଲ୍ଲା ସମ୍ପାଦକ ଗୌରଚନ୍ଦ୍ର ଦାଶ, ବୈଦ୍ୟନାଥ ଆଚାର୍ଯ୍ୟ, ନିରାକାର ଦାଶ ତଥା ବାହାନଗା ବା୍ରହ୍ମଣ ସମିତି ସଭାପତି ଭାଗିରଥୀ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ବରିଷ୍ଠ ଆଚାର୍ଯ୍ୟ ରବିନ୍ଦ୍ର କୁମାର ପଣ୍ଡା, ମଦନ ମୋହନ ପଣ୍ଡା ଓ ଭାସ୍କର ପଣ୍ଡାଙ୍କୁ ମାନପତ୍ର ଓ ଯଜ୍ଞ ଆୟୋଜନରେ ପ୍ରତ୍ୟକ୍ଷ ସହଯୋଗ ପାଇଁ ନାରାୟଣ ପଣ୍ଡା ଏବଂ ବିଷ୍ଣୁପଦ ଘଡେଇଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମଙ୍ଗଳଚନ୍ଦ୍ର ପଣ୍ଡା, ତରଣୀ ପଣ୍ଡା, ଶରତ କୁମାର ପଣ୍ଡା, ଆକାଶ ପଣ୍ଡା, ରମାକାନ୍ତ ଶତପଥୀ, ବୁଦ୍ଧିରାମ ପାଣିଗ୍ରାହୀଙ୍କ ସମେତ ସମିତିର ସମସ୍ତ ସଭ୍ୟ ଯଜ୍ଞ କର୍ମ ପରିଚାଳନାରେ ସହଯୋଗ କରିଥିଲେ ।