ସ୍କାଉଟ୍ସ ଓ ଗାଇଡ଼ ପକ୍ଷରୁ ଜଳଛତ୍ର

ଆସିକା: ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକ ସ୍ଥିତ, ନିମିନା ବୃନ୍ଦାବନଚନ୍ଦ୍ର ମହାବିଦ୍ୟାଳୟରେ ଗ୍ରୀଷ୍ମ ପ୍ରବହାକୁ ଦୃଷ୍ଟିରେ ରଖି ପଥଚାରୀଙ୍କୁ ତୃଷ୍ଣା ମେଣ୍ଟାଇବା ନିମନ୍ତେ ଭାରତ ସ୍କାଉଟ୍ସ ଓ ଗାଇଡ଼ ପକ୍ଷରୁ ଜଳଛତ୍ର ତଥା ଜଳଦାନ ଶିବିର  କରାଯାଇଅଛି । ମହାବିଦ୍ୟାଳୟର କ୍ରୀଡା ଶିକ୍ଷକ  ସୁସାନ୍ତ କୁମାର ବେହେରା, ରୋଭର ଲିଡର  ଉପେନ୍ଦ୍ର ମାଝୀ ଏବଂ ରେଞ୍ଜର  ଲିଡସ ସୁଜାତା ଟେଟେଙ୍କ ତତ୍ତ୍ୱାବଧାନରେ ଏହି ଜଳଛତ୍ର ଶିବିର ଶୁଭାରମ୍ଭ  କରାଯାଇଛି । ଏହି ଜଳସେବା ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ  ହରିଶଙ୍କର ପାଣ୍ଡେ ଉଦ୍ଘାଟନ କରି ଖରାର ପ୍ରକୋପରୁ କିପରି ନିଜକୁ ରକ୍ଷା କରାଯାଇ ପାରିବ ଏବଂ ଜଳର ମହତ୍ତ୍ୱ ବର୍ଣ୍ଣନା କରିବା ସହ ଏହା କିପରି ତୃଷ୍ଣା ମେଣ୍ଟାଇବାରେ ସହଯୋଗ କରି ପାରିବ । ଏହି ବିଷୟରେ ଅଗଣିତ ପଥଚାରୀ ତଥା ଜନସାଧାରଣଙ୍କୁ ଏକ ସବିଶେଷ ତଥ୍ୟ ଉପରେ  ମତବ୍ୟକ୍ତ କରିଥିଲେ  । ପଶୁପକ୍ଷୀଙ୍କ ନିମିତ୍ତ ପାଣିକୁଣ୍ଡ ସ୍ଥାପନ କରି ପାଣି ରଖିବା ଦିଗରେ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ । ଜଳସେବା ଶିବିର ପରିଚାଳନାରେ ରୋଭର  ଗଙ୍ଗାଧର ସ୍ୱାଇଁ, ଦୀପକ ବାଡ଼ତ୍ୟା, ଜଗନ୍ନାଥ ସ୍ୱାଇଁ, ପ୍ରଶାନ୍ତ ମହାରଣା ଓ ଜଗନ୍ନାଥ ପ୍ରଧାନ ଏବଂ ରେଞ୍ଜରର ମୋନାଲିସା ବିଷୋୟୀ, ସଂଘମିତ୍ରା ପ୍ରଧାନ, ବର୍ଷା ଗୌଡ଼. ସ୍ୱପ୍ନା ଜେନା, ସସ୍ମିତା ସ୍ୱାଇଁ, ଚିନ୍ମୟୀ ଜେନା, ଦୀପ୍ତିରାଣୀ ନାହାକ ସମେତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ଶିବିରରେ ଯୋଗ ଦେଇଥିଲ ଓ ଜଳ ବିତରଣ କରିଥିଲେ । ଏହା ବ୍ୟତୀତ ଏହି ଜଳ ଶିବିର ଉଦ୍ଘାଟନରେ କଲେଜର ସମସ୍ତ କର୍ମଚାରୀ  ତଥା  ପଦ୍ମିନୀ ମହାରଣା, କ୍ଷଅନୁପ କୁମାର ଷଡ଼ଙ୍ଗୀ, ଅଭିଷେକ ବେହେରା, ରୁଦ୍ରମାଧବ ମହାନ୍ତି,  ଚତୁର୍ଭୁଜ ଦୋରା , କିରନ ଡାକୁଆ, ଜସ୍ମିନ ନାୟକ, ଶୁଭଶ୍ରୀ ସାହୁ,ସିଲୁ ସେଠି, ଅଜିତ କୁମାର ମୁଖି  ଓ ଅନ୍ୟାନ୍ୟ ଶିକ୍ଷକ ଓ  ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ । ସମସ୍ତଙ୍କ ଉପସ୍ଥିତିରେ ଉକ୍ତ କାର୍ଯ୍ୟକ୍ରମ ସଫଳ ଅନୁଷ୍ଠିତ ହୋଇଛି ।