ବାଳିକା ସୁରକ୍ଷା ଶିବିର ଉଦ୍ୟାପିତ 

 ଆସିକା: ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ କେନ୍ଦୂପଦର ସ୍ଥିତ ନିମିନ ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ବାଳିକା ଆତ୍ମସୁରକ୍ଷା ପ୍ରଶିକ୍ଷଣ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ନିଦେ୍ର୍ଦଶକ୍ରମେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।  ଆଠ ଦିନ ଧରି ଏହି ପ୍ରଶିକ୍ଷଣ ଶିବିର କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା  । ମହାବିଦ୍ୟାଳୟ ଅଧ୍ୟକ୍ଷ  ହରିଶଙ୍କର ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଏହି ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀ   ଅଭିଷେକ ବେହେରା, ଶୈକ୍ଷିକ ଅଧିକାରୀ ଡ଼କ୍ଟର କୁନା ସୁନା ଛାତ୍ରୀମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ ଏବଂ ଉକ୍ତ କାର୍ଯ୍ୟକ୍ରମରେ କ୍ରୀଡା ଶିକ୍ଷକ ସୁଶାନ୍ତ କୁମାର ବେହେରା ଯୋଗଦାନ କରି ଛାତ୍ରିମାନଙ୍କୁ ଉସôାହିତ କରିଥିଲେ । ଏହି ଶିବିରରେ ପ୍ରଶିଖିକା ଭାବେ ସୋନାଲି ଗୌଡ଼  ଆଠ ଦିନ ଧରି ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷାର ବିଭିନ୍ନ କୌଶଳ ଉପରେ ତାଲିମ ଶିକ୍ଷାର ଧାରଣା ଓ ଭିଡ଼ିଓ ଗ୍ରାଫି ମାଧ୍ୟମ ଦ୍ୱାରା ଅବଗତ କରାଇଥିଲେ  । ଅର୍ଥନୀତି ଅଧ୍ୟାପିକା ତଥା ସହ-ସଂଯୋଜିକା ସୁଶ୍ରୀ ଶୁଭଶ୍ରୀ ସାହୁ ଏହି ଆତ୍ମ ସୁରକ୍ଷାର ମହତ୍ତ୍ୱ ବିଷୟରେ ଜଣାଇଥିଲେ  । ଶେଷରେ ନାରୀ ଶକ୍ତିର ଜାଗରଣ ପାଇଁ ଛାତ୍ରୀଙ୍କୁ ଶାରିରୀକ ଓ ବୌଦ୍ଧିକ ସମ୍ପର୍କରେ ଆଲୋକପାତ କରି ଅଧ୍ୟାପିକା ତଥା ସହସଂଜଜିକା ଶ୍ରୀମତୀ ସ୍ୱପ୍ନରଣି ପଟ୍ଟନାୟକ କାର୍ଯ୍ୟକ୍ରମରେ ଧନ୍ୟବାଦ ଅର୍ପଣ କରିଥିଲେ ।