ବ୍ଲକସ୍ତରୀୟ ମାସିକ ଆଲୋଚନା
ଏରସମା : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଓଡ଼ିଶା ସରକାରଙ୍କ ନିଦେ୍ର୍ଦଶ ଅନୁସାରେ ଏରସମା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଗଡ଼କୁଜଙ୍ଗରେ ଶନିବାର ବ୍ଲକ ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଗୋପବନ୍ଧୁ ନାୟକ ସଭାପତିତ୍ୱ କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଅନ୍ତର୍ଯ୍ୟାମୀ ସେଠୀ ସ୍ୱାଗତ ଭାଷଣ ଦେଇଥିଲେ । ଗୈକ୍ଷରଚଣ୍ଡୀ ଉନ୍ନୀତ ହାଇସ୍କୁଲର ପ୍ରଧାନଶିକ୍ଷକ ପ୍ରଶାନ୍ତ ସାହୁ ଗ୍ରହଣ କରିଥିବା ପଦକ୍ଷେପ ସଂପର୍କରେ ବିବରଣୀ ପ୍ରଦାନ କରିଥିଲେ । ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପୋଖରିଆପଡାର ପ୍ରଧାନଶିକ୍ଷକ ଅନିଲ ଜେନା ବୈଠକରେ ସଂଯୋଜନା କରିବା ସହିତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ବନ୍ଧରେ ବୈଠକରେ ଉପସ୍ଥାପନା କରିଥିଲେ । ହାଡିବନ୍ଧୁ ହାଇସ୍କୁଲର ପ୍ରଧାନଶିକ୍ଷକ ଅଜିତ ଲେଙ୍କା ସଭାର ବିବରଣୀ ପାଠ କରିଥିବାବେଳେ ଖାନ୍ ଏକାଡେମି ସଂପର୍କରେ ଗ୍ରାମେଶ୍ୱର ହାଇସ୍କୁଲ ପ୍ରଧାନଶିକ୍ଷକ ଦିଲ୍ଲିପ ମଲ୍ଲିକ କହିଥିଲେ । ସ୍କୁଲ୍ ଛାଡୁଥିବା ପିଲାଙ୍କ ନାମ ଡ଼୍ରପ ବକ୍ସରେ ନରଖି କିପରି ସ୍କୁଲ ଆସିବେ ଓ ଶିକ୍ଷାରେ ସାମିଲ ହେବେ ସେ ସମ୍ପର୍କରେ ପ୍ରଧାନଶିକ୍ଷକମାନେ ଚେଷ୍ଟା କରିବେ ବୋଲି କହିଥିବାବେଳେ ମାର୍କଣ୍ଡ ବିଦ୍ୟାମନ୍ଦିର ଗଡହରିଶପୁର ପ୍ରଧାନଶିକ୍ଷକ ଦିଲ୍ଲିପ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସରକାରୀ ଉନ୍ନୀତ ହାଇସ୍କୁଲ ଗଡକୁଜଙ୍ଗର ଶିକ୍ଷକ ଦିଲ୍ଲିପ ପ୍ରଧାନ, ଅଭିଷେକ ମାଝୀ, ରାମଚନ୍ଦ୍ର ସିଂ, ବିଶ୍ୱରଞ୍ଜନ ବେହେରା ଶିକ୍ଷୟିତ୍ରୀ ସଶ୍ମୀତା ବେହେରା, ରଶ୍ମିତା ସେଠୀ, ସୁମିତ୍ରା ମହାପାତ୍ର, ନମିତା ମୁଦୁଲି, ସ୍ୱପ୍ନାରାଣୀ ବେହେରା, ସ୍ୱର୍ଣ୍ଣପ୍ରଭା ତରାଇ, ରୀନାବାଳା ଗଡୁ, କିରାଣୀ ପ୍ରକାଶ ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।