ଭୂତକୋଠି ପାଲଟିଛି ଏଏନଏମ ସେଣ୍ଟର 


 ନୂଆପଡା: ଖଡିଆଳ ଏନଏସିୱାର୍ଡ ନମ୍ବର ୧୩ ଗାନ୍ଦି ନଗରରେ ଥିବା ସରକାରୀ ଏଏନଏମ ସେଣ୍ଟର ଭୂତକୋଠିରେ ପରିଣତ ହୋଇଯାଇଛି । ଆଜକୁ ଦୁଇ ବର୍ଷ ତଳେ ଗାନ୍ଧିନଗର ଅମ୍ବେଦକର ପ୍ରାଥମିକ ବିଦ୍ୟାଳୟ ସମ୍ମୁଖ ରେଥିବା ରାସ୍ତା ଉପରେ ସରକାରୀ ଏଏନଏମ ସେଣ୍ଟର ଖୋଲା ହୋଇଛି ସତ, ହେଲେ ବିଲଡିଂ ନିର୍ମାଣ ଦିନ ଠାରୁ ଆଜିଯାଏ ଦିନେ ମଧ୍ୟ ଏଏନଏମ ସେଣ୍ଟର ଖୋଲା ହୋଇ ନାହିଁ କେବଳ କାଗଜ କଲମରେ ସେଣ୍ଟର ଚାଲିଛି । ଏଏନଏମ ଦାୟିତ୍ୱ ରେ ମହିଲା ସ୍ୱାସ୍ଥ୍ୟ କର୍ମୀ ଘରେ ବସି ସରକାରଙ୍କ ଦରମାକୁ ବଡ ବାବୁ ମାନଙ୍କୁ ହାତବାରିଶି କରି ରାଧେ ରାଧେ ଅଧେ କରି ଆତ୍ମଶାତ କରୁଛନ୍ତି । ସେଣ୍ଟରଟି ଦିନେ ହେଲେ ଖୋଲା ଯାଇନଥିବାରୁ   ଏଏନଏମ ସେଣ୍ଟର ଚାରି ଆଡେ ଅନାବନା ଗଛ ଗୁଡିକ ଉଠି ଏବେ ସେଣ୍ଟରଟି ଭୂତକୋଠିରେ ପରିଣତ ହୋଇଛି । ଏହି ସେଣ୍ଟରଟି ଆରମ୍ବ ହେଲେ ଗାନ୍ଦିନଗର ସମେତ ଆଖପାଖ ବିଜେପୁର ସହ ଅନ୍ୟାନ୍ୟ ଗାଁ ଲୋକମାନେ ମାଗଣାରେ ସ୍ୱାସ୍ଥ୍ୟ ସେବା ପାଇ ପାରିବେ, ଏଏନଏମ ଖୋଲିବା ନେଇ ସ୍ଥାନୀୟ ଲୋକ ମାନେ ଖଡିଆଳ ଏନଏସି ଚେୟାରମ୍ୟାନ ଠାରୁ ନେଇ ଏସଡିଏଚ ଇନଚାର୍ଜ ସମେତ ବିଭାଗୀୟ ଅଧିକାରୀ ସିଡିଏମ ଓ ଜିଲ୍ଲାପାଳଙ୍କୁ ଲିଖିତ ଜଣାଇ ଆସୁଥିଲେ ହେଁ କୌଣସି ଫଳ ପ୍ରଦ ହେଉନଥିିବାରୁ ବାଧ୍ୟ ହୋଇ ଗାନ୍ଦି କ୍ଲବର ଯୁବକ ମାନେ ଆସନ୍ତା ଶୁକ୍ରବାର ଦିନ ସେଣ୍ଟରକୁ ଲାଗିଥିବା ମୁଖ୍ୟ ରାସ୍ତା କୁ ଅବରୋଧ କରି ଆନେ୍ଦାଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଖଡିଆଳ ଏସଡିଏଚ ଇନଚାର୍ଜ ଡ.ରଞ୍ଜିତ ରାଉତକୁ ପଚାରିବାରେ ସେଣ୍ଟର ସମସ୍ୟା ଉପରେ ସେ ଅବଗତ ଅଛନ୍ତି ଅତିଶୀଘ୍ର ଏଏନଏମ ସେଣ୍ଟର ଖୋଲିବାର ବ୍ୟବସ୍ଥା କରିବେ ବୋଲି କହିଛନ୍ତି ।